ଭାରତକୁ ବଦନାମ କରିବା ପାଇଁ ହିଜାବ ବିବାଦକୁ ତେଜୁଛି ପାକିସ୍ତାନ: ମୁସ୍କାନ ନାମରେ ଶତାଧିକ ନକଲି ଟ୍ବିଟର ଆକାଉଣ୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ପଛରେ ପାକିସ୍ତାନର ହାତ ଥିବା ଓ ପାକିସ୍ତାନ ବିବାଦକୁ ଇନ୍ଧନ ଯୋଗାଉଥିବା ନେଇ ପ୍ରମାଣ ମିଳିଛି ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି। ହିଜାବ ସପକ୍ଷରେ ଯୁକ୍ତି କରିବା ସହ ଆଲ୍ଲା ହୁ ଆକବର କହି ଚିଲାଉଥିବା ମୁସ୍କାନ ଖାନଙ୍କ ଭିଡିଓ ଫେବ୍ରୁଆରି ୯ରେ ଭାଇରାଲ ହେବା ପରେ ତାଙ୍କ ନାମରେ ୧୦୦ରୁ ଅଧିକ ନକଲି ଟ୍ବିଟର ଆକାଉଣ୍ଟ ଖୋଲିଯାଇଛି। ଗୋଟିଏ ନକଲି ଆକାଉଣ୍ଟରେ ଅନୁଗାମୀ ସଂଖ୍ୟା ୫୦୦୦ରୁ ଅଧିକ, ଯାହାର ପୂର୍ବ ସ୍ଥାନ ପାକିସ୍ତାନରେ ବୋଲି ଚିହ୍ନଟ ହୋଇଛି। ବର୍ତ୍ତମାନ ଏହାର ଭୌଗୋଳିକ ସ୍ଥାନ କର୍ଣ୍ଣାଟକକୁ ପରିବର୍ତ୍ତିତ ହୋଇଛି। ଫେବ୍ରୁଆରି ୧୧ରେ ମୁସ୍କାନ ନାମରେ ଖୋଲିଥିବା ଗୋଟିଏ ଆକାଉଣ୍ଟରେ ସମର୍ଥନ ପାଇଁ ତାଲିବାନକୁ ଧନ୍ୟବାଦ ଦିଆଯାଇଛି। ଏହି ନକଲି ଆକାଉଣ୍ଟଗୁଡ଼ିକରେ ହିଜାବ ବିବାଦକୁ ନେଇ ଲୋକପ୍ରିୟ ହାସଟ୍ୟାଗମାନ ବ୍ୟବହାର କରାଯାଇଛି ଏବଂ ସର୍ବାଧିକ ଟ୍ବିଟ୍‌ ପାକିସ୍ତାନରୁ ଆସିଛି। ଭାରତକୁ ବଦନାମ କରିବା ପାଇଁ ଏହି ନକଲି ଆକାଉଣ୍ଟ୍‌କୁ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର