ଏସ୍‌ସିଓ ସମ୍ମିଳନୀକୁ ଆସି ନପାରନ୍ତି ଇମ୍ରାନ୍‌

ନୂଆଦିଲ୍ଲୀ : ୨୦୨୦ ‌ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ଏସ୍‌ସିଓ (ସାଂଘା‌ଇ ସହଯୋଗ ସମ୍ମିଳନୀ)କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆସିନପାରନ୍ତି। ପାକିସ୍ତାନ ସରକାର ସୂ୍ତ୍ରରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୋଗୁଁ ଇମ୍ରାନ୍‌ ଖାନ୍‌ ଭାରତ ଆସିବେ ନାହିଁ। ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବାନେଇ ସମସ୍ତ ୮ ଜଣ ସଦସ୍ୟ ରାଷ୍ଟ୍ରଙ୍କୁ ଏଯାବତ୍‌ ଭାରତ ଔପଚାରିକ ନିମନ୍ତ୍ରଣ ପଠାଇ ନଥିଲେ ମଧ୍ୟ ପାକିସ୍ତାନ ଏହି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର