କିରଣ ବେଦୀଙ୍କୁ ରାକ୍ଷସୀ କହିଲେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ

ପୁଡ଼ୁଚେରୀ : ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ପୁଡ଼ୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ରାକ୍ଷସୀ ବୋଲି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗତକାଲି କଂଗ୍ରେସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାରାୟଣସ୍ବାମୀ କହିଥିଲେ, ଲୋକମାନଙ୍କର ଆମ ଉପରେ ବିଶ୍ବାସ ଅଛି ଏବଂ ସେଥିଲାଗି ଆମେ କ୍ଷମତାରେ ଅଛୁ। ଲୋକମାନଙ୍କ ପାଇଁ ଆମେ ଭଲ କାମ କରିବୁ। ମୁଁ ଏବଂ ମୋର କ୍ୟାବିନେଟ୍‌ ଲୋକଙ୍କ କଲ୍ୟାଣ ପାଇଁ ଅହରହ କାମ କରୁଥିଲେ ମଧ୍ୟ ଏଠାରେ ଜଣେ ରାକ୍ଷସୀ ଥିବାରୁ ସେ ଆମକୁ ଆଦୌ କାମ କରାଇ ଦେଉନାହାନ୍ତି। ପ୍ରତି କଥାରେ ଉପରାଜ୍ୟପାଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ। ଉପରାଜ୍ୟପାଳ କିରଣ ବେଦୀ ଆଜି ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀଙ୍କ ଏଭଳି ବୟାନକୁ ଅସଭ୍ୟ ବୋଲି ଦର୍ଶାଇ ଏହା କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର