ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଅ, ନଚେତ୍ ଘରୁ ବାହାର; ଘର ମାଲିକ ଏଭଳି କହୁଥିବାର ଅଭିଯୋଗ ଆଣିଲେ ଯୁବକ

ଇନ୍ଦୋର: ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଅ, ନଚେତ୍ ଘରୁ ବାହାର। ଘର ମାଲିକ ଏଭଳି କହି ଘରୁ ବାହାରିିବାକୁ କହୁଥିବା ନେଇ ଅଭିଯୋଗ ଆଣିଲେ ଇନ୍ଦୋରରେ ରହୁଥିବା ଯୁବକ। ଜନଶୁଣାଣି ସମୟରେ ନିଜର ଏଭଳି ଅସୁବିଧ‌ା ବିଷୟରେ ଜଣାଇ ସମାଧାନର ବାଟ ବାହାର କରିବାକୁ ପୁଲିସକୁ ନିବେଦନ କଲେ ଯୁବକ।

ଯୁବକଙ୍କ ନାଁ ୟୁସୁଫ ହୋଇଥିବା ବେଳେ ସେ ଇନ୍ଦୋରର ପୀର ଗଳିରେ ରୁହନ୍ତି। ପୁଲିସ କମିସନରଙ୍କ ଅଫିସରେ ଆଜି ହୋଇଥିବା ଜନଶୁଣାଣି ସମୟରେ ୟୁସୁଫ ନିଜର ସମସ୍ୟା ବିିଷୟରେ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୟୁସୁଫ ରହୁଥିବା ଭଡା ଘରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଛନ୍ତି। ହେଲେ ତାଙ୍କ ଘର ମାଲିକ ୟାକୁବ ମନସୁରୀ ଏବଂ ସୁଲତାନ ମନସୁରୀ ଖୁବ୍ ଶୀଘ୍ର ଏହି ଫଟୋକୁ ହଟାଇଦେବାକୁ ତାଙ୍କୁ ବାଧ୍ୟ କରିଚାଲିଛନ୍ତି।

ୟୁସୁଫ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ମାଲିକମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବାକୁ ଚାପ ପକାଇବାରେ ଲାଗିଛନ୍ତି। ସେ ଏଭଳି କରିବାକୁ ମନା କରିବାରୁ ସେମାନେ ତାଙ୍କୁ ଘରୁ ବାହାର କରିଦେବାକୁ ଧମକ ଦେଇଛନ୍ତି। ଦିନକୁ ଦିନ ସମସ୍ୟା ଅଧିକ ଗମ୍ଭୀର ହେବାରୁ ୟୁସୁଫ ଏବେ ଜନଶୁଣାଣିରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

indiatoday

ୟୁସୁଫଙ୍କ ଅଭିଯୋଗ ପରେ ଏବେ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଘର ମାଲିକ ୟୁସୁଫଙ୍କୁ କାହିିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବାକୁ କହୁଛନ୍ତିି, ତା’ର କାରଣ ଜଣାପଡ଼ିନାହିଁ। ଏମିତି କି ୟୁସୁଫ ମଧ୍ୟ ଏହାର କାରଣ କହିପାରିନାହାନ୍ତି।

ସମ୍ବନ୍ଧିତ ଖବର