ନା ବୁଆ, ନା ବବୁଆ ଆବଶ୍ୟକ, ଉତ୍ତରପ୍ରଦେଶକୁ ବାବା ଦରକାର: ରାଜନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି | ଏହି କ୍ରମରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନିରନ୍ତର ସମାବେଶ କରି ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି। ଆଜି ରାଜନାଥ ସିଂ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ନାମ ନ ନେଇ ଟାର୍ଗେଟ କରିଥିଲେ।

ଜୌନପୁରରେ ବୁଥ କର୍ମକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଉତ୍ତରପ୍ରଦେଶ ବୁଆ ବା ବବୁଆ(ପିଉସୀ-ପୁତୁରା)ଙ୍କୁ ଚାହୁଁ ନାହିଁ, ଉତ୍ତରପ୍ରଦେଶ କେବଳ ବାବା(ଯୋଗୀ)ଙ୍କୁ ହିଁ ଚାହୁଁଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଭାଇରାଲ ଫଟୋ ବିଷୟରେ ସେ କହିଛନ୍ତି ଯେ ନିକଟରେ ଯୋଗୀ ଏକ ଫଟୋ ଟ୍ୱିଟ କରିଛନ୍ତି ଯେଉଁଥିରେ ମୋଦୀଜୀ ତାଙ୍କ କାନ୍ଧରେ ହାତ ରଖି କିଛି କହୁଛନ୍ତି। ସେ କହିଛନ୍ତି ଯେ ଯୋଗୀ, ଜୋରଦାର ବ୍ୟାଟିଂ କରନ୍ତୁ। ଆପଣଙ୍କୁ କେହି ଆଉଟ କରିପାରିବେ ନାହିଁ |

ରାଜନାଥ ସିଂ ଯୋଗୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ସାଢେ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କି.ମିରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି | ବର୍ତ୍ତମାନ ଆଧୁନିକ ଏକ୍ସପ୍ରେସୱେ ମଧ୍ୟ ରାଜ୍ୟର ପ୍ରତ୍ୟେକ କୋଣ ସହିତ ସଂଯୁକ୍ତ ହୋଇଛି | ଯୁଦ୍ଧ ବିମାନ ପୂର୍ବାଂଚଳ ଏକ୍ସପ୍ରେସୱେରେ ଅବତରଣ କରୁଛି | ଏଥିସହ ଆଇନ ଶୃଙ୍ଖଳା ପାଇଁ ସେ ୟୁପି ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର