ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବର୍ବର ହତ୍ୟା

ରାଞ୍ଚି: ଝାଡ଼ଖଣ୍ଡର ଜମତରା ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗରେ କାଠ ଭର୍ତ୍ତି କରି ତାଙ୍କୁ ହତ୍ୟା କରାଯାଇଛି। ଏଭଳି ବର୍ବର ହତ୍ୟା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ କହିବା ଅନୁଯାୟୀ ପୀଡ଼ିତା ମହିଳା ଜଣକ ଗତ ବୁଧବାର ଫିଲ୍ମ ଦେଖିବାକୁ ଯାଉଥିବାବେଳେ ତାଙ୍କ ପୂର୍ବତନ ସ୍ବାମୀଙ୍କ ସମେତ ୩ ଜଣ ତାଙ୍କୁ ଅପହରଣ କରି ଏହି ପୈଶାଚିକ କାଣ୍ଡ ଘଟାଇଛନ୍ତି।

ସମ୍ବନ୍ଧିତ ଖବର