ଷ୍ଟେଟ୍‌ ବ୍ୟାଙ୍କ, ଏଲ୍‌ଆଇସିକୁ ମିଳିବେ ନୂଆ ମୁଖ୍ୟ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ନେତୃତ୍ବରେ ୨୦୨୩ରେ ପରିବର୍ତ୍ତନ ହେବ। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ବଦଳିବେ। ବର୍ଷର ପ୍ରଥମ ତିନି ମାସରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ମଧ୍ୟ ବଦଳିବେ। ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ପଦରୁ ଦୀନେଶ ଖାରା ୨୦୨୩ ଅକ୍ଟୋବର ୬ରେ ଅବସର ନେବେ।

Wikipedia

ସେହିପରି ଏଲ୍‌ଆଇସି ଅଧ୍ୟକ୍ଷ ପଦରୁ ଏମ୍‌ ଆର୍‌ କୁମାର ୨୦୨୩ ମାର୍ଚ୍ଚ ୧୩ରେ, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ଡି ଅତନୁ କୁମାର ଦାସ ଜାନୁଆରି ୧୯ରେ, ୟୁକୋ ବ୍ୟାଙ୍କର ଏମ୍‌ଡି ‌ସୋମା ଶଙ୍କର ପ୍ରସାଦ ମେ’ ୩୧ର ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ଏମ୍‌ଡି ସଞ୍ଜୀବ ଚଢ଼ା ଜାନୁଆରି ୧୯ରେ ଅବସର ଗ୍ରହଣ କରିବେ। ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏମ୍‌ଡି ପାର୍ଥ ପ୍ରତୀମ ସେନଗୁପ୍ତା ଓ କାନାରା ବ୍ୟାଙ୍କର ଏମ୍‌ଡି ଏଲ୍‌ଭି ପ୍ରଭାକର ୨୦୨୨ ଡିସେମ୍ବର ୩୧ରେ ଅବସର ନେଇଛନ୍ତି। ଏହି ସବୁ ଆର୍ଥିକ ଅନୁଷ୍ଠାନରେ ୨୦୨୩ରେ ନୂଆ ମୁଖ୍ୟଙ୍କୁ ନିଯୁକ୍ତି ମିଳିବ।

ସମ୍ବନ୍ଧିତ ଖବର