ମେକ୍ସିକୋ ନିକଟରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ୨୨୬ ମୃତ; ଭୁଶୁଡ଼ା କୋଠାବାଡ଼ି ଖୋଳୁଛନ୍ତି ଉଦ୍ଧାରକାରୀ

ମେକ୍ସିକୋ ସିଟି: ଦେଶର ସିଭିଲ୍‌ ପ୍ରୋଟେକ୍‌ସନ୍‌ ଏଜେନ୍‌ସି ସୂତ୍ରରୁ ଜଣାପଡ଼ିଛି ଯେ ମଙ୍ଗଳବାର ଦିନ କେନ୍ଦ୍ରୀୟ ମେକ୍‌ସିକୋରେ ସଂଘଠିତ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୨୬ ଲୋକ ପ୍ରାଣ ହରାଇଛନ୍ତି।

ମେକ୍ସିକୋ ସହରରେ ମୃତ୍ୟୁସଂଖ୍ୟା ୧୧୭କୁ ବୃଦ୍ଧି ପାଇଥିବା ଟୁଇଟର୍‌ ପୋଷ୍ଟ୍‍ରେ ଉଲ୍ଲେଖ କରିଛନ୍ତି ଏଜେନ୍‌ସିର ମୁଖ୍ୟ ଲୁଇ ଫେଲିପ୍‌ ପୁଏଣ୍ଟ୍‌।

ମେକ୍ସିକୋ ସହରର ଦକ୍ଷିଣପ୍ରାନ୍ତରେ ଅବସ୍ଥିତ ମୋର୍‌ଲସ୍‌ ରାଜ୍ୟରେ ୫୫ ଜଣ ମରିଥିବା ଶୁଣିବାକୁ ମିଳୁଛି। ମେକ୍ସିକୋର ପଡ଼ୋଶୀ ରାଜ୍ୟରେ ଅନ୍ୟୂନ ୧୨ ଜଣ ଲୋକ ମରିଛନ୍ତି ଏବଂ ପ୍ରଶାନ୍ତ ମହାସାଗର ଉପକୂଳସ୍ଥ ଗୁଏରେରୋ ରାଜ୍ୟରେ ୩ ଜଣ ମରିଥିବା ଖବର ମିଳିଛି।

୨୦ ନିୟୁତ ଲୋକ ବସବାସ କରୁଥିବା ମହାନଗର ମେକ୍ସିକୋ ସିଟିରେ ଉଦ୍ଧାରକାରୀମାନେ ବେଲ୍‌ଚା ଆଦି ଧରି ବାତୁଳପ୍ରାୟ ଭଗ୍ନସ୍ତପଗୁଡ଼ିକରେ ଖୋଜାଖୋଜି ଚଳାଇଛନ୍ତି। ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସମେତ ୪୪ଟି କୋଠା ଭାଙ୍ଗିପଡ଼ିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର