ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା:୩ ବିଚ୍ଛିନ୍ନତାବାଦୀ ନେତା ଗିରଫ

ନୂଆଦିଲ୍ଲୀ: କଶ୍ମୀର ଘାଟିରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ମାମଲାରେ ୩ ଜଣ ବିଚ୍ଛିନ୍ନତାବାଦୀ ନେତା ଆସିୟା ଆନ୍ଦ୍ରାବି, ସବୀର୍‌ ସାହ ଏବଂ ମସରତ ଆଲମଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ଗିରଫ କରିଛି। ସେମାନଙ୍କୁ ଆଜି ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବା ପରେ ୧୦ ଦିନ ପାଇଁ ଏନ୍‌ଆଇଏ ହାଜତକୁ ପଠାଇ ଦିଆଯାଇଛି । କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଏନ୍‌ଆଇଏ ବିଗତ ୬ ମାସ ମଧ୍ୟରେ ଅନେକ ପଦକ୍ଷେପ ନେଇଥିବା ବେଳେ ଆଜିର ଗିରଫଦାରୀ ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ଏହି ବିଚ୍ଛିନ୍ନତାବାଦୀମାନେ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ୍‌ର ଇଙ୍ଗିତରେ ସୁରକ୍ଷା ବାହିନୀ ଉପରେ ପଥର ଆକ୍ରମଣ କରାଉଛନ୍ତି ଏବଂ ଏଥିପାଇଁ ଯୁବକମାନଙ୍କୁ ଅର୍ଥ ଦେଇ ନିୟୋଜିତ କରାଉଛନ୍ତି। ଆସିଆ ଅନ୍ଦ୍ରାବି ଏ ଦିଗରେ ଜଣେ ମୁଖ୍ୟ ସଂଚାଳକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଏନ୍‌ଆଇଏ ଗିରଫ କରିଥିଲା। ସବୀର ଏବଂ ମସରତ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ନେଇ ଅନେକ ପ୍ରମାଣ ରହିଥିବା ଏନ୍‌ଆଇଏ କହିଛି।

ସମ୍ବନ୍ଧିତ ଖବର