କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ଦାୟିତ୍ୱରେ ରହିବେ ତୁହିନକାନ୍ତ

ନୂଆଦିଲ୍ଲୀ : ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଫିସର ତଥା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଡିପାର୍ଟମେଣ୍ଟ ଅଫ୍ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ପବ୍ଲିକ୍ ଆସେଟ୍ ମ୍ୟାନେଜ୍‌ମେଣ୍ଟର ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପ୍ରଦୀପ ସିଂହ ଖାରୋଲାଙ୍କ ଅନୁପସ୍ଥିତି ଅବଧିରେ ଶ୍ରୀ ପାଣ୍ଡେ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର