ଏମିତି ବି ଆସେ ମୃତ୍ୟୁ: ସ୍ନାନ କରୁଥିବା ବେଳେ ଚାଲିଗଲା ଜାଆଁଳା ଝିଅଙ୍କ ଜୀବନ

ଯୋଦ୍ଧପୁର: ରାଜସ୍ଥାନର ଚୋଖା ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ଶିଶୁଙ୍କର ଏଭଳି ମୃତ୍ୟୁ ଖବର ସମଗ୍ର ଗ୍ରାମକୁ ସ୍ତବ୍ଧ କରି ଦେଇଥିଲା। ଦୁଇଶିଶୁଙ୍କୁ ଅନ୍ତିମ ବିଦାୟ ଦେବା ବେଳେ ପୂରା ଗାଁ ଭୋଭୋ ହୋଇ କାନ୍ଦି ଉଠିଥିଲା।

ଯୋଦ୍ଧପୁରର ରାଜୀବ ଗାନ୍ଧୀ ପୁଲିସ ଥାନାର ଏସ୍‌ଆଇ ମୋହନ କୁମାରଙ୍କ କହିବାନୁସାରେ, ଚୋଖା ଗ୍ରାମର ପୁଖରାଜଙ୍କ ଜମିରେ ଏକ ବିରାଟ ବଡ଼ ଗାଢ଼ ଥିଲା (ପୋଖରୀ ସମାନ)। ଏହି ଗାଢ଼ରେ ପାଣିରେ ଭରି ରହିଥିଲା। ପୁଖରାଜଙ୍କ ଜାଆଁଳା ଝିଅ ଦୀପିକା ଓ ଦେବାଂଶୀ ସବୁଦିନ ଏହି ଠାରେ ସ୍ନାନ କରିବାକୁ ଆସୁଥିଲେ।

Image result for /twin-sister-drowned-in-water-in-chokha-village-of-jodhpur
Times of India

ଗତ ସୋମବାର ଦ୍ୱିପହରରେ ଦୁଇ ଭଉଣୀ ଏଠାକୁ ସ୍ନାନ ପାଇଁ ଆସିଥିଲେ, କିନ୍ତୁ ଘରକୁ ଆଉ ଫେରି ନଥିଲେ। ଦୁଇ ଝିଅଙ୍କ ଘରକୁ ଆସିବା ବିଳମ୍ବ ଦେଖି ମା’ ଖୋଜି ଖୋଜି ସେହି ପୋଖରୀ ପାଖକୁ ଯାଇଥିଲେ। ଦୁଇ ଜାଆଁଳା ଶିଶୁଙ୍କୁ ପାଣିରେ ଭାସୁଥିବା ଦେଖି ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। କାନ୍ଦିକାନ୍ଦି ସାହାଯ୍ୟ ପାଇଁ ଗ୍ରାମବାସୀଙ୍କୁ ଡାକିଥିଲେ।

ମା’ଙ୍କ ଡାକ ଶୁଣି ପାଖପଡ଼ିଶା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପାଣି ଭିତରୁ ଦୁଇ ଜାଆଁଳା ଶିଶୁଙ୍କୁ ଉଦ୍ଧାର କରି ହସ୍‌ପିଟାଲ ନେଇ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଡାକ୍ତର ଦୁଇ ଶିଶୁଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଦୁଇ ଶିଶୁଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ଦୁଇ ଜାଆଁଳା ଝିଅଙ୍କ ଏଭଳି ମୃତ୍ୟୁ ଖବର ସମଗ୍ର ଗାଁରେ ଶୋକ।କୁଳ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର