ଆୟେଶା ବନାମ ଆୟେଶା: ୟୁପିଏସ୍‌ସିରେ ଦୁଇ ପ୍ରାର୍ଥୀଙ୍କ ସମାନ ରାଙ୍କ ଦାବି

ଭୋପାଳ : ୟୁପିଏସ୍‌ସି ପରୀକ୍ଷାରେ ଦୁଇ ମହିଳା ସମାନ ରାଙ୍କ ହାସଲ କରିଥିବା ଦାବି କରିଛନ୍ତି। ଉଭୟଙ୍କର ରୋଲ ନମ୍ବର ବି ସମାନ ରହିଛି। ମଙ୍ଗଳବାର ଫଳ ପ୍ରକାଶ ପାଇବା ପରେ ସମାନ ନାମଧାରୀ ଓ ସମାନ ରୋଲ ନମ୍ବର ବିଶିଷ୍ଟ ଦୁଇଜଣ ମହିଳା ସମାନ ରୢାଙ୍କ (୧୮୪) ହାସଲ କରିଥିବା ଦାବି କରିଛନ୍ତି।

ଫଳ ଘୋଷଣା ପରେ ଜଣାପଡ଼ିଥିଲା ଆୟେଶା ୧୮୪ତମ ରାଙ୍କ ହାସଲ କରିଛନ୍ତି। ଏହାପରେ ମଧ୍ୟପ୍ରଦେଶର ଦେୱାସ ଜିଲ୍ଲା ଓ ଅଲିରାଜପୁର ଜିଲ୍ଲାର ଦୁଇ ପରିବାର ଆନନ୍ଦ ଉତ୍ସବ ପାଳନ କରିଥିଲେ। ବୁଧବାର ଏହି ଘଟଣା ପଦାକୁ ଆସିଛି। ଦେୱାସର ଝିଅ ଆୟେଶା ଫାତିମା ମେଧା ତାଲିକାରେ ତାଙ୍କର ନାମ ଅଛି ବୋଲି କହୁଥିବା ବେଳେ ଅଲିରାଜପୁରର ଝିଅ ଆୟେଶା ମାକ୍ରାନି ମଧ୍ୟ ସମାନ ଦାବି କରିଥିଲେ। କାରଣ ଉଭୟଙ୍କ ରୋଲ ନମ୍ବର ସମାନ (୭୮୧୧୭୪୪)। ଏହି ରୋଲନମ୍ବରଧାରୀ ୧୮୪ତମ ରାଙ୍କ ହାସଲ କରିଥିବା ତାଲିକାରେ ପ୍ରକାଶ ପାଇଥିବାରୁ ଉଭୟ ଏହି ଏହି ସଫଳତା ପାଇଥିବା ଦାବି କରିଛନ୍ତି।

ବିଶେଷଜ୍ଞଙ୍କ କହିବା ଅନୁସାରେ ଦୁଇଜଣଙ୍କୁ ଏକା ରୋଲନମ୍ବର ମିଳିବା ଅସମ୍ଭବ। ସେଥିମଧ୍ୟରୁ ଗୋଟିଏ ନିଶ୍ଚୟ ନକଲି ହୋଇଥିବ।
ଆୟେଶା ମାକ୍ରାନିଙ୍କ ଭାଇ ଦାବି କରିଛନ୍ତି ଯେ ସେମାନେ ୟୁପିଏସ୍‌ସିରୁ ଇମେଲ ମାଧ୍ୟମରେ ଏକ ଚିଠି ପାଇଥିଲେ। ଏଥିରେ ଲେଖା ଥିଲା ଦୁଇଜଣଙ୍କ ନାଁ ସମାନ ହୋଇଥିବାରୁ ତାଙ୍କ ଭଉଣୀର ନାଁ ବଦଳାଇ ଆୟେଶା ଫାତିମା (ଆୟେଶା ମାକ୍ରାନି) କରାଯାଇଛି। ତେଣୁ ତାଙ୍କ ଭଉଣୀ ହିଁ ୧୮୪ତମ ରୢାଙ୍କ ରଖି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି। ୟୁପିଏସ୍‌ସି ପକ୍ଷରୁ ଏପର୍ଯ୍ୟନ୍ତ ଏହାର ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର