ଦୁଃଖଦ ଘଟଣା: ଧ୍ବଂସସ୍ତୂପରୁ ଜୀବନ୍ତ ଉଦ୍ଧାର ହୋଇଥିବା ୧୮ମାସର ଶିଶୁ ତାର ଗର୍ଭବତୀ ମା’ ଓ ଭାଇଭଉଣୀଙ୍କୁ ହରାଇଛି

ନୂଆଦିଲ୍ଲୀ:  ଗତ ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ସଂଘଠିତ ଭୟାବହ ଭୂମିକମ୍ପ‌ ପରେ ସେଠାକାର ପରିସ୍ଥିତି ଜଟିଳ ରହିଛି। ଏହି ଭୂମିକମ୍ପରେ ଏଯାବତ ୪୩୦୦ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଭୂମିକମ୍ପ ପରେ ସିରିୟା ଓ ତୁର୍କୀରୁ ଆସୁଥିବା ଫଟୋ ଓ ଭିଡିଓ ଦେଖିବା ପରେ ଲୋମମୂଳ ଟାଙ୍କୁରି ଉଠୁଛି।

ଆଜି ଉଦ୍ଧାରକାରୀ ଦଳ ଧ୍ବଂସସ୍ତୂପ ଭିତରୁ ଜଣେ ୧୮ମାସର ଶିଶୁକୁ ଜୀବନ୍ତ ଭାବେ ଉଦ୍ଧାର କରିଛନ୍ତି। ଏହି ଶିଶୁ ଜଣକ ଉଦ୍ଧାର ହେଲା ବେଳକୁ ତାର ଗର୍ଭବତୀ ମା’ ଓ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏବେ ଶିଶୁର ଯତ୍ନ ତାର ଦାଦା ନେଉଥିବା ଜଣାପଡ଼ିଛି। ଶିଶୁର ଏଭଳି ଅବସ୍ଥା ଦେଖିଲେ ଆଖିରେ ଲୁହ ରହୁ ନାହିଁ।

ଅନ୍ୟପକ୍ଷରେ ଗତ ୨ ଦିନ ହେବ ତୁର୍କୀ ସୀମାନ୍ତର ଉତ୍ତରପଶ୍ଚିମରେ ଅବସ୍ଥିତ ସିରିୟାର ଛୋଟ ଗାଁ ବେସ୍‌ନାୟାରେ ଜଣେ ବ୍ୟକ୍ତି ହାତରେ କୋଠବାଡ଼ିର ଭଂଗ୍ନାଶ ଆଡ଼େଇ ଆଡ଼େଇ ନିଖୋଜ ହୋଇଯାଇଥିବା ତାଙ୍କର ୩୦ଜଣ ଆତ୍ମୀୟଙ୍କୁ ଖୋଜୁଛନ୍ତି।

ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ସଂଘଠିତ ଭୟାବହ ଭୂମିକମ୍ପ‌ ସମୟରେ କ‌ୌଣସି ମତେ ଘରୁ ବାହାରିଯାଇ ବଞ୍ଚିଯାଇଥିବା ମାଲେକ୍‌ ଇବ୍ରାହିମ୍‌ ନାମକ ଉକ୍ତ ବ୍ୟକ୍ତିଜଣକ ତାଙ୍କ ବହୁକୁଟୁମ୍ବୀ ପରିବାରର ଅନ୍ୟ ସଦସ୍ୟମାନଙ୍କର ସନ୍ଧାନ ପାଉନାହାନ୍ତି।

ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀମାନଙ୍କ ସହଯୋଗରେ ଏଯାବତ୍‌ ସେ ୧୦ଟି ଶବ ଉଦ୍ଧାର କରିଛନ୍ତି। ତାଙ୍କର ଦାଦା, ସମ୍ପର୍କୀୟ ଭାଇ ଏବଂ ସେମାନଙ୍କ ପରିବାରବର୍ଗ ଭଗ୍ନସ୍ତୂପ ଭିତରେ ପୋତି ହୋଇଯାଇଛନ୍ତି।

 

ସମ୍ବନ୍ଧିତ ଖବର