ବେଦାନ୍ତ ଆଲୁମିନିୟମର ଆଇଓଟି ପ୍ରଯୁକ୍ତିରେ ଜଳ ସଂରକ୍ଷଣ

ନୂଆଦିଲ୍ଲୀ : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏହାର ଝାରସୁଗୁଡ଼ା କାରଖାନାରେ ଜଳ ସଂରକ୍ଷଣ ପାଇଁ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌ (ଆଇଓଟି) ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏ ସମ୍ପର୍କ‌ରେ କଂପାନିର ସିଇଓ-ଆଲୁମିନିୟମ୍ ବିଜନେସ୍ ରାହୁଲ ଶର୍ମା କହିଛନ୍ତି ଯେ ଆଲୁମିନିୟମ କ୍ଷେତ୍ରର ବୃହତ ନିର୍ମାତା ହୋଇଥିବାରୁ ଆମେ ଭବିଷ୍ୟତକୁ ଆଖିରେ ରଖି ଉତ୍ପାଦନ କରୁଛୁ। ଆମ କାର୍ଯ୍ୟକୁ ଅଧିକ ବିକାଶଶୀଳ, ନିର୍ଭରଯୋଗ୍ୟ କରିବା ଲାଗି ଆମକୁ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଆମର ଡିଭିଟାଇଜେସନ ପ୍ରୋଗ୍ରାମକୁ ତ୍ବରାନ୍ବିତ କରିବା ଲାଗି ସବୁ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିବାକୁ ହେବ।

ବେଦାନ୍ତ ଷ୍ଟାର୍ଟଅପ୍ ଇନ୍‌କୁବେଟର ମାଧ୍ୟମରେ ନୂଆ ପିଢ଼ିର ଷ୍ଟାର୍ଟଅପ୍ ସହିତ ମିଶି ଉତ୍ପାଦନରେ ନୂତନତ୍ବ ଏବଂ ଡିଜିଟାଇସେନକୁ ବ୍ୟବହାର କରିବା ଦିଗରେ ବେଦାନ୍ତ କାର୍ଯ୍ୟ କରୁଛି। ଦକ୍ଷତାଠାରୁ ଆରମ୍ଭ କରି ଶକ୍ତି ସଂରକ୍ଷଣ, ଜଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ କଂପାନି ସେମାନଙ୍କ ସହ ମିଶି କାମ କରୁଛି।

ସମ୍ବନ୍ଧିତ ଖବର