ବିଏମଡବ୍ଲୁ କାରରେ ପରିବା ଆଣିବାକୁ ୮୩ କିଲୋମିଟର ଗଲେ ଯୁବକ !

ମେରଟ: ତାଲାବନ୍ଦ ବେଳେ ଉତ୍ତରପ୍ରଦେଶର ମେରଟରେ ଜଣେ ଯୁବକ ତାଙ୍କ ଦାମୀ ବିଏମଡବ୍ଲୁ କାରରେ ଅନାବଶ୍ୟକ ଭାବରେ ବୁଲିବା ମହଙ୍ଗା ପଡିଛି। କୁହାଯାଉଛି ଯେ ଯୁବକ ଜଣକ ବିଏମଡବ୍ଲୁ କାରରେ ୧୦୦ ରୁ ଅଧିକ ବେଗରେ ରାସ୍ତାରେ ଯାଉଥିଲେ। ଯେତେବେଳେ ପୁଲିସ ଏହି ବ୍ୟକ୍ତିଙ୍କୁ ଅଟକାଇଥିଲା ସେତେବେଳେ ସେ ପନିପରିବା ଏବଂ ଔଷଧ ଆଣିବାକୁ ଯାଉଥିବାର କହିଥିଲେ |

ପୁଲିସର ସନ୍ଦେହ ହେବାରୁ ଯୁବକଙ୍କ ଠିକଣା ବାବଦରେ ପୁଲିସ ପଚାରିଥିଲା | ଏହା ପରେ ଯୁବକ ଜଣକ ନିଜ ଘର ୮୩ କିଲୋମିଟର ଦୂର ନୋଏଡା ବୋଲି କହିଥିଲେ | ଅଧିକ ପଚରାଉଚୁରା ପରେ ଯୁବକ ଜଣକ ସତ ଓଗାଳିଥିଲେ | ପରିବା ନେବା ଏକ ବାହାନା ଥିଲା, ସେ ନିଜ ଘରୁ ବୁଲିବାକୁ ନୋଏଡାରୁ ମେରଟ ଯାଇଥିଲେ ବି କହିଥିଲେ |

photo-dainikjagaran

ବଡ କଥା ଯେ ମେରଟରେ ଆଗ୍ରା ପରେ ସର୍ବାଧିକ ମୃତ୍ୟୁ ଘଟିଛି | ମେରଟରେ ହଟସ୍ପଟ୍ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏଭଳି ପରିସ୍ଥିତିରେ ଏହି ଧନୀ ଯୁବକଙ୍କ ପାସ୍ ର ଅପବ୍ୟବହାର କୁ ନେଇ ପୁଲିସ ଚାଲାଣ କାଟିଥିଲା । କରୋନା ଭୂତାଣୁ ବିସ୍ତାରର ମୁକାବିଲା ପାଇଁ ଲକଡାଉନ୍ ସାରା ଦେଶରେ ଚାଲିଛି। ତୃତୀୟ ପର୍ଯ୍ୟାୟରେ ସରକାର ଲକଡାଉନରେ କିଛି କୋହଳ କରିଛନ୍ତି | ଏହା ସତ୍ତ୍ୱେ କିଛି ଲୋକ ପ୍ରଶାସନ ଦେଇଥିବା ପାସକୁ ମଧ୍ୟ ଅପବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର