କୋଲକାତା : ଜାତୀୟ ପତାକା ଚିରି ଯୁବକ ଗିରଫ

କୋଲକାତା : ନଦିଆ ଜିଲ୍ଲାରେ ଜଣେ ନିଶାସକ୍ତ ଯୁବକକୁ ଜାତୀୟ ପତାକା ଚିରିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଧନତଲ୍ଲା ଅଞ୍ଚଳର ସ୍କୁଲ୍‌ପଡ଼ାରେ ବୁଧବାର ଦିନ ଜଣେ ମଦୁଆ ଜାତୀୟ ପତାକା ଚିରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ପୁଲିସ ଏହି ଭିଡିଓ ଆଧାରରେ ଚଞ୍ଚଲ ବିଶ୍ବାସ ନାମକ ଯୁବକକୁ ଆଜି ଗିରଫ କରିଛି। ନିଶାରେ ଏଭଳି କରିଥିବା ଗିରଫ ଅଭିଯୁକ୍ତ ସ୍ବୀକାର କରିଥିଲେ ହେଁ ପୁଲିସ ତାକୁ ସ୍ଥାନୀୟ ଅଦାଲତରେ ହାଜର କରାଇ ନିଜ ହେପାଜତକୁ ନେଇଛି।

ସମ୍ବନ୍ଧିତ ଖବର