ଏହି ୫ଟି ଅଭ୍ୟାସ ମାନସିକ ରୋଗର ସଙ୍କେତ ଦେଇଥାଏ
ଏମିତି ବହୁତ ମାନସିକ ରୋଗ ରହିଛି ଯାହାକୁ ଲୋକମାନେ ଦେଖି ମଧ୍ୟ ଅଣଦେଖା କରି ଦେଇଥାଆନ୍ତି, ଯାହା ପରେ ଏକ ଭୟଙ୍କର ରୂପ ନେଇଥାଏ । ମାନସିକ ରୋଗରେ ପଡ଼ିବା ପରେ ତାହାର ଅନେକ ଲକ୍ଷଣ ମଧ୍ୟ ଦେଖା ଯାଇଥାଏ । କିନ୍ତୁ ଲୋକମାନଙ୍କ ପାଖରେ ସେ ରୋଗକୁ ନେଇ କୌଣସି ସୂଚନା ନଥିବାରୁ ସେମାନେ ମାନସିକ ରୋଗକୁ ଚିହ୍ନି ନ ପାରିବା ସହ ତାହାର ଚିକିତ୍ସା ମଧ୍ୟ କରି ପାରନ୍ତି ନାହିଁ । ଆଜି ଆମେ ସେଭଳି ୮ଟି ମାନସିକ ରୋଗ ବିଷୟରେ ଆପଣଙ୍କୁ ଜଣାଇବୁ ଯାହାକୁ ଲୋକମାନେ ମାମୁଲି ଭାବି ଅଣଦେଖା କରି ଦିଅନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧.କ୍ଲେପ୍ଟୋମାନିଆ : ଏହି ରୋଗରେ ପୀଡ଼ିତ ଥିବା ଲୋକ ଜାଣିଶୁଣି ଚୋରି କରିଥାଆନ୍ତି । ଏମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଚୋରି କରି ନ ଥିବା ବେଳେ ଏହି ରୋଗ ତାଙ୍କୁ ଚୋରି କରିବାକୁ ବାଧ୍ୟ କରିଥାଏ ବୋଲି ଜଣା ପଡ଼ିଛି।
୨.ସ୍ଲିପ୍ ପାରାଲିସିସ୍ : ସ୍ଲିପ୍ ପାରାଲିସିସ୍ ହେଉଛି ଏକ ମାନସିକ ରୋଗ, ଯାହାକୁ ଲୋକମାନେ ସବୁବେଳେ ସାମାନ୍ୟ ବୋଲି ଭାବି ଥାଆନ୍ତି । ଏହି ରୋଗରେ ପୀଡ଼ିତ ହୋଇଥିବା ଲୋକମାନଙ୍କୁ ସାରା ରାତିରେ ନିଦ ହୋଇ ନଥାଏ । ଏଭଳି ସମସ୍ୟା ଦେଖା ଦେଲେ ସଙ୍ଗେ ସଙ୍ଗେ ମନୋଚିକିତ୍ସକଙ୍କୁ ଦେଖା କରନ୍ତୁ ।
୩. ଡ଼ିରିୟଲାଇଜେସନ୍ : ଏହି ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ସାରା ଦୁନିଆ ଏବଂ ଦୁନିଆର ଲୋକମାନେ ଅସତ୍ୟ ଲାଗି ଥାଆନ୍ତି । ଏହି ରୋଗ ମାଇଗ୍ରେନ ବା ମୁଣ୍ଡରେ ଆଘାତ ଲାଗିବା ପରେ ହୋଇଥାଏ ।
୪.କୃତ୍ରିମ ବିକାର : ବହୁତ ଲୋକଙ୍କୁ ଏହି ରୋଗ ବିଷୟରେ ଜଣା ନଥାଏ । ଏହି ରୋଗର ଶିକାର ହେଲେ ଲୋକମାନେ କୌଣସି କାମ କରିବା ପାଇଁ ଇଚ୍ଛା କରନ୍ତି ନାହିଁ ।
୫. ଟ୍ରିକୋଟ୍ରିଲୋମାନିଆ : ଏହି ରୋଗ ଅତି ଅଦ୍ଭୁତ । ଏହି ରୋଗର ଶିକାର ହେବା ପରେ ଜଣେ ଲୋକ ନିଜେ ନିଜର ଚୁଟି ଭିଡ଼ିବାକୁ ଲାଗିଥାଏ । ଏହା ସହ ବେଳେ ବେଳେ ସେ ରୋଗୀ ନିଜେ ନିଜର କେଶ ଖାଇବାକୁ ଲାଗିଥାଏ । ଯଦି କାହା ପାଖରେ ଏଭଳି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।