‘ଟୁଥ୍‌ ପିକ୍‌’ ଡିଜାଇନ୍‌ ପଛର ରହସ୍ୟ ଜାଣିଛନ୍ତି କି? ଜାଣିଛନ୍ତି କି ଏହାର ପ୍ରକୃତ ବ୍ୟବହାର?

କିଛି କଥା ବହୁତ ସାନ ହୋଇଥିଲେ ବି ତାହାକୁ ଜାଣିବା ନିହାତି ଆବଶ୍ୟକ ହୋଇଥାଏ। ଆପଣ କେବେ ‘ଟୁଥ୍‌ ପିକ୍‌’ ବ୍ୟବହାର କରିଛନ୍ତି କି? ହୁଏତ ଖାଇସାରିବା ପରେ ଆପଣ କେବେ ନା କେବେ ଏହାକୁ ବ୍ୟବହାର କରିଥିବେ। ବ୍ୟବହାର କରିଥିଲେ ବି ‘ଟୁଥ୍‌ ପିକ୍‌’ ଡିଜାଇନ୍‌ ପଛର ରହସ୍ୟ ହୁଏତ ଜାଣିନଥିବେ।

‘ଟୁଥ୍‌ ପିକ୍‌’ ବ୍ୟବହାର କରିବା ସମୟରେ ତାହାର ଶେଷ ଭାଗ ଉପରେ ନିଶ୍ଚୟ ଆପଣଙ୍କ ନଜର ଯାଇଥିବ। ଶେଷ ଭାଗର ଡିଜାଇନ୍‌କୁ ନେଇ ରହିଛି ଏକ ଗୁରୁତ୍ବପୂର୍ଣ୍ଣ କଥା। ଯଦି ଆପଣ ‘ଟୁଥ୍‌ ପିକ୍‌’ର ଠିକ୍‌ ବ୍ୟବହାର କରିବାକୁ ଚାହାନ୍ତି ତ ଆପଣଙ୍କୁ ଜାଣିବା ଦରକାର ଯେ ଏହାର ଶେଷ ଭାଗ ଏକ ହୋଲ୍ଡର ପରି କାମ କରିଥାଏ।

କେବଳ ସେତିକି ନୁହେଁ, ଆପଣ ଯଦି ‘ଟୁଥ୍‌ ପିକ୍‌’ ବ୍ୟବହାର କରୁଛନ୍ତି ତ ବ୍ୟବହାର କରିସାରିବା ପରେ ସେହି ଶେଷ ଭାଗକୁ ଭାଙ୍ଗି କରି ରଖିଦିଅନ୍ତୁ। ଯାହା ଫଳରେ ଜଣାପଡ଼ିବ ଯେ ଏହା ବ୍ୟବହୃତ ‘ଟୁଥ୍‌ ପିକ୍‌’ ଓ ଏହାକୁ ଭ୍ରମରେ ଅନ୍ୟ କେହି ବ୍ୟବହାର କରିବେ ନାହିଁ।

ଏହି କଥା ଟି ଖୁବ୍‌ ସାନ ହେଲେ ବି ଅନେକ ଲୋକ ଏହାକୁ ଜାଣିନଥାନ୍ତି। ‘ଟୁଥ୍‌ ପିକ୍‌’ର ଡିଜାଇନ୍‌ କାହିଁକି ଏପରି କରାଯାଇଛି ତାହା ଜାଣିବା ଆବଶ୍ୟକ। କେବଳ ଜାଣିଲେ ହେବ ନାହିଁ, ବରଂ ଆପଣ ଏହାକୁ ଠିକ୍‌ ଭାବେ ବ୍ୟବହାର କରନ୍ତୁ। ଆପଣଙ୍କ ବ୍ୟବହାରରୁ ଅନ୍ୟମାନେ ବି ଏହାକୁ ଶିଖିପାରିବେ। ଏହି ବିଷୟରେ ବ୍ରାଇଟ୍‌ ସାଇଡ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦୃଶ୍ୟମାନ ହୋଇଛି।

ସମ୍ବନ୍ଧିତ ଖବର