ତକିଆ ତଳେ ରସୁଣ ରଖି ଶୋଇଲେ ଏହି ଲାଭ ହୁଏ
ପ୍ରାୟ ସାତ ହଜାର ବର୍ଷ ତଳୁ ରସୁଣର ପ୍ରଚଳନ ଦେଖିବାକୁ ମିଳିଥିଲା ବୋଲି କୁହାଯାଏ।ରସୁଣ କେନ୍ଦ୍ରୀୟ ଏସିଆରେ ପ୍ରଥମେ ଦେଖାଯାଇଥିବା ମଧ୍ୟ ବିଶ୍ୱାସ କରାଯାଏ। ରସୁଣ ଖାଦ୍ୟରେ ବ୍ୟବହୃତ ମସଲାମାନଙ୍କ ଭିତରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ।ଏହାର ଗନ୍ଧକୁ ଲୋକ ପସନ୍ଦ କରୁନଥିଲେ ହେଁ,ଏହାର ଉପାଦେୟତା ବି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମତଃ ରସୁଣ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ବୋଲି କୁହାଯାଏ।ତା’ଛଡ଼ା କେତେକ ଶାରୀରିକ ସମସ୍ୟା ଦୂରୀଭୂତ କରିବାରେ ବି ଏହା ସହାୟକ ହୋଇଥାଏ।ବିଶେଷ କରି ଥଣ୍ଡା, ଯକୃତ ଜନିତ ସମସ୍ୟା,ଇନ୍ସୋମ୍ନିଆ, ଚନ୍ଦାପଣ ଓ ହର୍ମୋନ୍ ଅସନ୍ତୁଳନ ଆଦି ସମସ୍ୟା ଦୂର କରିବାରେ ମଧ୍ୟ ରସୁଣର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ତେବେ ପ୍ରାଚୀନ କାଳରେ ଲୋକେ ତଳିଆ ତଳେ ରସୁଣ ରଖିଥାଆନ୍ତି।ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ରାତିରେ ତକିଆ ତଳେ ରସୁଣ ରଖି ଶୋଇଲେ ଭଲ ନିଦ ଆସେ। ଖାଲିସେତିକି ନୁହେଁ ରସୁଣ ଭିତରେ ଥିବା ଗୁଣ ଯୋଗୁଁ ମସ୍ତିଷ୍କକୁ ଅଧିକ କ୍ରିୟାଶୀଳ କରିବାରେ ସହାୟକ ହୋଇଥାଏ।ଏହା ଇନ୍ସୋମନିଆର ଲାଗି ଉଦ୍ଦିଷ୍ଟ।ତକିଆ ତଳେ ରସୁଣ ରଖି ଶୋଇଲେ,ନକରାତ୍ମକ ଶକ୍ତି କ୍ଷୟ ହୋଇଥାଆନ୍ତି।