ଛାତ ଉପରେ ଅଙ୍ଗୁର ଚାଷ

ଭୁବନେଶ୍ବର ପାଣିପାଗରେ ଯେ ମିଠା ଅଙ୍ଗୁର ଚାଷ କରାଯାଇପାରେ ତାହା ପ୍ରମାଣ କରିପାରିଛନ୍ତି ସଂଯୁକ୍ତା ମହାପାତ୍ର। ପୁରୁଣା ଭୁବନେଶ୍ବର ଜଗନ୍ନାଥ ମଠ ରୋଡ୍‌ସ୍ଥିତ ପ୍ଲଟ୍ ନଂ ୩୩୮୬/୪୨୧୫ରେ ସଂଯୁକ୍ତା ନିଜ ଛାତ ଉପରେ କଳା ଅଙ୍ଗୁର ଚାଷ କରିଛନ୍ତି। ସଂଯୁକ୍ତାଙ୍କ କହିବା ମୁତାବକ, ଶିରିଡ଼ି ଯିବା ବେଳେ ନାସିକ୍‌ରେ ଅଙ୍ଗୁର ଗଛ ଦେଖି ନିଜ ଛାତ ଉପରେ ଲଗାଇବା ପାଇଁ ସେ ଚିନ୍ତା କରିଥିଲେ। ଏଇ ଆଗ୍ରହ ଦେଖି ତାଙ୍କ ବାପା ଶଙ୍କନିଧି ମହାପାତ୍ର ପୁନେର ଏକ ନର୍ସରିରୁ ଏକ ଅଙ୍ଗୁରୁ ଚାରା ଆଣିଥିଲେ। ପ୍ରାୟ ୩ବର୍ଷ ତଳେ ସେ ଗଛ ଆଣି ଛାତ ଉପରେ ଲଗାଇଥିଲେ। ଏଥିରେ ଏବେ ୮ ପେନ୍ଥା ଅଙ୍ଗୁର ହୋଇଥିବା ବେଳେ ଏହା ବଜାରରେ ମିଳୁଥିବା ଅଙ୍ଗୁର ସଦୃଶ ଏବଂ ମିଠା ମଧ୍ୟ। କେବଳ ଅଙ୍ଗୁର ନୁହେଁ, ସେ ତାଙ୍କ ଛାତ ଉପରେ ଡାଳିମ୍ବ, ଚେରି ଟମାଟୋ, କାକୁଡ଼ି, ପିଜୁଳି, ବରକୋଳି ଓ ଅନ୍ୟାନ୍ୟ ଫଳ ମଧ୍ୟ ଛାଷ କରିଛନ୍ତି।

ସମ୍ବନ୍ଧିତ ଖବର