ଜୀବନରେ ସୁଖ ଶାନ୍ତି ଚାହାଁନ୍ତିି ତ , ଆପଣାନ୍ତୁ ଏହି ନିୟମ

ଯଦି ଆପଣ ଜୀବନରେ ସୁଖ ଶାନ୍ତି ଚାହାଁନ୍ତିି, ତେବେ ନିମ୍ନ ବଦଭ୍ୟାସ ଠାରୁ ଦୂରେଇ ରହନ୍ତୁ ଓ କେତେକ କଥାକୁ ଧ୍ୟାନ ଦିଅନ୍ତୁ।
-ନିଜର କଥା ରକ୍ଷା କରନ୍ତୁ। ନିଜ କ୍ଷମତା ବାହାରକୁ ଯାଇ କୌଣସି କଥା କାହାରିକୁ ଦିଅନ୍ତୁ ନାହିଁ। ତା’ ନହେଲେ ଆପଣଙ୍କର ସୁନାମ ହଜିଯିବ ଓ ଅଶାନ୍ତି ଭୋଗିବେ।
-ନକାରାତ୍ମକ ମନୋଭାବ ସଂପନ୍ନ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ।
-ନିଜର ସମସ୍ତ ଋଣ ଠିକ୍‌ ସମୟରେ ପରିଶୋଧ କରନ୍ତୁ। ତା’ଛଡା ପାଣି ବିଲ୍‌ , ବିଦ୍ୟୁତ୍‌ ବିଲ୍‌, ଘର ଭଡା ଆଦି ମଧ୍ୟ ଠିକ୍‌ ସମୟରେ ଦିଅନ୍ତୁ।
-ଅନ୍ୟକୁ ଭୁଲ୍‌ ପାଇଁ କ୍ଷମା କରନ୍ତୁ।
-ନିଜେ ଯାହା ପସନ୍ଦ କରୁଛନ୍ତି, ସେଭଳି କାର୍ଯ୍ୟରେ ମନୋନିବେଶ କରନ୍ତୁ।
-ବିଶ୍ରାମ ସମୟରେ ଆରାମ କରନ୍ତୁ ଓ କାମ ସମୟରେ କାମ କରନ୍ତୁ।


-ଦୃଢତାର ସହ ଅସୁବିଧାକୁ ସମ୍ମୁଖୀନ କରନ୍ତୁ। ଯଦି କୌଣସି ଘଟଣା ବ୍ୟଥିତ କରୁଛି, ସେଥିରୁ ମୁକୁଳିବାର ଉପାୟ ନିଜେ ବାହାର କରନ୍ତୁ।
-ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ। ଶରୀରର ଯତ୍ନ ପାଇଁ ଅଧିକ ସମୟ ଦିଅନ୍ତୁ।

ସମ୍ବନ୍ଧିତ ଖବର