କେବଳ ଗ୍ରିନ ଟି ନୁହେଁ, ଗ୍ରିନ କଫି ମଧ୍ୟ ଶରୀର ପାଇଁ ଲାଭଦାୟକ

କଫି ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ସବୁଦିନ ଗ୍ରୀନ କଫି ପିଉଛନ୍ତି ତେବେ ଆପଣ ଅନେକ ରୋଗରୁ ଦୂରରେ ରହି ପାରିବେ । କିନ୍ତୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ଦିନକୁ ଗୋଟେ ବା ଦୁଇ କପ କଫି ପିଅନ୍ତୁ । ଏବେ ଆସନ୍ତୁ ଜାଣିବା ଗ୍ରିନ କଫି ବିଷୟରେ ।

ଗ୍ରୀନ୍‌ କଫିରେ କେଫିନ୍‌ର ପରିମାଣ ଖୁବ୍‌ କମ ରହିଥାଏ, ଯାହାଫଳରେ ଏହାକୁ ସେବନ କରିବା ଦ୍ୱାରା କୌଣସି ପ୍ରକାରର ପାର୍ଶ୍ୱ ପ୍ରଭାବ ପଡ଼ି ନଥାଏ । ଏହା ଶରୀରରେ ଅନେକ ରୋଗକୁ ବଢ଼ିବାରୁ ରୋକିଥାଏ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ଥିବା ଏହାର ଫାଇଦା ବିଷୟରେ…।

୧.ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନଙ୍କ ପାଇଁ ଗ୍ରିନ କଫି ବିନ୍ସ (କଫି ମଞ୍ଜି) ଖାଇବା ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ ରହିଥାଏ,ଯାହାକି ଶରୀରରେ ପୋଷକ ତତ୍ତ୍ୱ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ସେଥିପାଇଁ ଶରୀରର ଓଜନ କମାଇବାକୁ ଚାହୁଁଥିଲେ ଦିନକୁ ଗ୍ରିନ କଫି ପିଅନ୍ତୁ ।

Novo Nordisk Fonden

୨.ଗ୍ରିନ୍‌ କଫି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ । ଗ୍ରିନ୍‌ କଫି ବିନ୍ସ ଶରୀରରେ ପ୍ଲେଟ୍‌ଲେଟ୍ସ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢ଼ି ନଥାଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ।
୩.ମଧୁମେହ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କ ପାଇଁ ଏହାର ସେବନ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ ।

WebMD

୪.ଗ୍ରୀନ୍‌ କଫିରେ କ୍ଲୋରଜେନିକ୍‌ ଏସିଡ଼୍‍ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ, ଯାହା ଶରୀରରେ ଟ୍ୟୁମର ହେବାର ସମସ୍ୟାକୁ ଦୂରରେ ରଖିଥାଏ । ଗ୍ରୀନ୍‌ କଫି ପ୍ରତିଦିନ ପିଇବା ଦ୍ୱାରା କର୍କଟ ରୋଗ ଭଳି ସମସ୍ୟାକୁ ଆପଣ ରୋକିବାରେ ସଫଳ ହୋଇପାରିବେ ।

ସମ୍ବନ୍ଧିତ ଖବର