ଏସିଡିଟି ସମସ୍ୟା ରହିଛି କି! ଏହି ଉପାୟକୁ ଆପଣାଇ ତୁୂରନ୍ତ ଆରାମ ପାଆନ୍ତୁ

ଶୋଇବାର ତିନି-ଚାରି ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ। ଏହାଦ୍ୱାରା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇଥାଏ। ଯଦ୍ୱାର ସକାଳୁ ଉଠିଲେ ଶରୀର ଫୁର୍ତ୍ତି ଲାଗିବା ସହିତ କାମ କରିବାରେ ମନ ଲାଗିଥାଏ।

ପ୍ରତିଦିନ ଖାଇ ସାରିବା ପରେ ଗୋଟିଏରୁ ଦୁଇଟି ଟି କଦଳୀ ଖାଆନ୍ତୁ। କାହିଁକି ନା, କଦଳୀରେ ରହିଛି ପ୍ରାକୃତିକ ଏଣ୍ଟାସିଡ୍‌ ଯାହା ଏସିଡିଟି ଦୂର କରିଥାଏ।

 

ରାତିରେପେଟ ପୁରା ନଖାଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ। ଏହାଦ୍ୱାରା ଖାଦ୍ୟ ହଜମ ସହଜରେ ହେବ ଓ ଏସିଡ୍‌ ଅଧିକ ମାତ୍ରାରେ ତିଆରି ହୋଇପାରିବ ନାହିଁ।

 

ଖାଇ ସାରିଲା ପରେ ପାନମଧୁରୀ, ଲବଙ୍ଗ କିମ୍ବା ଅଲେଇଚ ଚବାନ୍ତୁ, ଏହା ଏସିଡ୍‌କୁ ନ୍ୟୁଟ୍ରିଲାଇଜ୍‌ (ପ୍ରଭାବହୀନ) କରିଥାଏ।

 

ରାତ୍ରୀଭୋଜନ ପରେ ଅଧା ଗ୍ଲାସ୍‌ରୁ ଏକ ଗ୍ଲାସ୍‌ ଥଣ୍ଡା କ୍ଷୀର ପିଅନ୍ତୁ, ଏହା ଏସିଡ୍‌କୁ ଡାଏଲୁଟ୍‌ କରିଥାଏ ଓ ପିଡ଼ାରୁ ମଧ୍ୟ ମୁକ୍ତି ଦେଇଥାଏ।

ସମ୍ବନ୍ଧିତ ଖବର