ସତର୍କ ହୁଅନ୍ତୁ: ବାରମ୍ବାର ପରିସ୍ରା ଲାଗିବା, ଶୋଷ ହେବା ଓ ଥକ୍କିପଡ଼ିବା ଡାଇବେଟିସ୍‌ର ପୂର୍ବସୂଚନା

ଯଦି ବାରମ୍ବାର ପରିଶ୍ରା ଲାଗୁଛି, ଭାରି ଶୋଷ ଲାଗୁଛି କି, ଆଖିକୁ ଜାଲଜାଲିଆ ଦିଶୁଛି ତା’ହେଲେ ଏହା ଡାଇବେଟିସ୍‌ର ପୂର୍ବସୂଚନା। ଅନ୍ୟ ଅର୍ଥରେ କହିଲେ ଜଣେ ଟାଇପ୍‌ ଟୁ ଡାଇବେଟିସ୍‌ରେ ଆକ୍ରାନ୍ତ ହେବାକୁ ଯାଉଛି। କିନ୍ତୁ ପ୍ରାକ୍‌-ମଧୁମେହ ବା ପ୍ରିଡାଇବେଟିସ୍‌ର ଲକ୍ଷଣ ସବୁ କ’ଣ?

ଡାକ୍ତରଙ୍କ ମତରେ ପ୍ରାକ୍‌-ମଧୁମେହର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ। କିନ୍ତୁ, ଚିକିତ୍ସା ନ କରି ଛାଡ଼ି ଦେଲେ କ୍ରମେ ଦେହରେ ସାଧାରଣ ଡାଇବେଟିସ୍‌ର ଲକ୍ଷଣ ପ୍ରକାଶ ପାଏ। ଚିକିତ୍ସା ନ କରାଇଲେ ୧୦ ବର୍ଷ ମଧ୍ୟରେ ପ୍ରାକ୍‌-ଡାଇବେଟିସ୍‌ ଟାଇପ୍‌ ଟୁ ଡାଇବେଟିସ୍‌ରେ ପରିଣତ ହୋଇଥାଏ। ଏଥିଯୋଗୁଁ ମାତ୍ରାଧିକ ଶୋଷ, ଥରକୁ ଥର ପରିସ୍ରା ଲାଗିବା ଏବଂ କ୍ଳାନ୍ତି ଆଦି ଲାଗିଥାଏ। ପ୍ରାକ୍‌-ଡାଇବେଟିସ୍‌ରେ ଆକ୍ରାନ୍ତ ହୋଇଥିବା କେତେକଙ୍କ ଶରୀର କିଛି ନିର୍ଦ୍ଦିଷ୍ଟ ଅଂଶର ଚର୍ମ କଳା ପଡ଼ିଯାଏ।

ଚିକିତ୍ସା ବିନା ଡାଇବେଟିସ୍‌ ଯୋଗୁଁ ହୋଇଥିବା କ୍ଷତିକୁ ପୂର୍ଣ୍ଣ କରି ନ ହେଲେ ମଧ୍ୟ ଏହାକୁ ଅଧିକ କ୍ଷତି ହେବାରୁ ରକ୍ଷା କରିବାକୁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହୋଇଥାଏ। ସୁଷମ ଖାଦ୍ୟ, ଶାରୀରିକ ପରିଶ୍ରମ ବୃଦ୍ଧି କରିବା, ଓଜନ ନିୟନ୍ତ୍ରଣରେ ରଖିବା ଏବଂ ସ୍ୱାସ୍ଥ୍ୟକର ଜୀବନଯାପନ କରିବା।

ସନ୍ତୁଳିତ ଆହାର ଖାଆନ୍ତୁ: ଅଧିକ ପରିବା, ଗୋଟିକିଆ ଶସ୍ୟ, ପୁଷ୍ଟିସାର ଓ ତନ୍ତୁ ଜାତୀୟ ପଦାର୍ଥ ଦୈନିକ ଭୋଜନରେ ସାମିଲ କରନ୍ତୁ। ଯଥେଷ୍ଟ ପାଣି ପିଅନ୍ତୁ। ଶର୍କରା ମିଶ୍ରିତ ପାନୀୟ, ମଦ୍ୟ ଆଦି କମାଇ ଦିଅନ୍ତୁ।

ମାନସିକ ଚାପ ପରିଚାଳନା କରନ୍ତୁ: ମାନସିକ ଚାପ ନିର୍ଦ୍ଦିଷ୍ଟ କେତେକ ହର୍‌ମୋନ୍‌କୁ ଉତ୍ତେଜିତ କରୁଥିବାରୁ ରକ୍ତରେ ଶର୍କରା ସ୍ତର ବଢ଼ିଯାଏ। ଧ୍ୟାନ ଏବଂ ସାମାଜିକ ସହାୟତା ମାନସିକ ଚାପ ପରିଚାଳନା କରି ହେବ।

ସୁଖନିଦ୍ରା ଯାଆନ୍ତୁ: ଭଲ ନିଦ ନ ହେଲେ ଅନେକ ସମସ୍ୟା ଉପୁଜେ। ଶୋଇବା ପାଇଁ ନିର୍ଦ୍ଦିଷ୍ଟ ସମୟ କରନ୍ତୁ ଓ ୬ ରୁ ୮ ଘଣ୍ଟା ଶୁଅନ୍ତୁ। ସୁଖନିଦ୍ରା ଯୋଗୁଁ କାର୍ଯ୍ୟସ୍ଥଳୀରେ ଢୋଳ ମାଡ଼ିବ ନାହିଁ, କାମ ଜାଗ୍ରତ ରହିବେ ଓ ମିଜାଜ୍‌ ଭଲ ରହିବ।

ସ୍ୱାସ୍ଥ୍ୟ ପରୀକ୍ଷା: ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିୟମିତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଚ୍‌ବିଏଓ୍ଵାନ୍‌ସି ସ୍ତର ଉପରେ ଦୃଷ୍ଟି ଦିଅନ୍ତୁ। ଏଥିରୁ ରକ୍ତ ଶର୍କରାର ସ୍ତର ସୂଚନା ମିଳେ।

ସମ୍ବନ୍ଧିତ ଖବର