କେଶ ଧୋଇବା ବେଳେ ସାମ୍ପୁରେ ମିଶାନ୍ତୁ ଲୁଣ, ମିଳିବ ଏସବୁ ଫାଇଦା

ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ ବୋଲି ଆମେ ସମସ୍ତେ ଜାଣିଛେ। ଲୁଣକୁ ସଠିକ୍‌ ପରିମାଣରେ ଖାଦ୍ୟରେ ବ୍ୟବହାର କରି ପାରିଲେ ଏହା ପାଟିକୁ ସୁଆଦିଆ ଲାଗି ଥାଏ। ତେବେ ଖାଦ୍ୟରେ ଲୁଣର ବ୍ୟବହାର ବ୍ୟତୀତ ଏହାର ଅନ୍ୟାନ୍ୟ ବ୍ୟବହାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଲୁଣକୁ ଆଜିକା ସମୟରେ କେଶ ଧୋଇବା ପାଇଁ ବ୍ୟବହାର କରାଯାଉଛି। ଯଦି ଆପଣଙ୍କ କେଶ ବଢ଼ୁ ନାହିଁ କିମ୍ବା ଝଡୁଛି, ରୁପି ହେଉଛି ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୁଣର ବ୍ୟବହାର ରାମବାଣ ସଦୃଶ୍ୟ କାମ କରିବ। ଯେଉଁମାନଙ୍କ ତେଲିକା କେଶ ସେମାନେ କେଶ ଧୋଇବା ସମୟରେ ସାମ୍ପରେ ଗୋଟିଏ କିମ୍ବା ଦୁଇ ଚାମଚ ଲୁଣ ମିଶାନ୍ତୁ। ଏହ ମିଶ୍ରଣକୁ ଦୁଇଥର ବ୍ୟବହାର କରିବା ଦ୍ୱାରା ଆପଣ ସୁଫଳ ନିଜେ ଅନୁଭବ କରିପାରିବେ।

ଲୁଣକୁ ଏକ ବଡ଼ି ସ୍କ୍ରବ୍‌ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ବଡ଼ି ସ୍କବ୍‌ ମିଳିଥାଏ, କିନ୍ତୁ ଏହାକୁ ବ୍ୟବହାର କରିବା ଶରୀରପକ୍ଷେ କ୍ଷତିକାରକ ହୋଇଥାଏ। ଦୁଇ ଚାମୁଚ ଲୁଣରେ ଅଧା କପ୍‌ ନଡ଼ିଆ ତେଲ ମିଶାନ୍ତୁ। ଭଲ ଭାବେ ତେଲରେ ଲୁଣ ମିଶିଗଲା ପରେ ଏହାକୁ ଆପଣ ବଡ଼ି ସ୍କ୍ରବ୍‌ ଭାବେ ବ୍ୟବହାର କରି ପାରିବେ। ଯଦି ଆପଣଙ୍କ ଗୋଇଠି ଫାଟୁଛି ତେବେ ଲୁଣରେ ଅଲିଭ୍‌ ଅଏଲ ମିଶାଇ ଲଗାନ୍ତୁ। ତିନିରୁ ଚାରିଥର ବ୍ୟବହାର କରିବା ପରେ ପାର୍ଥକ୍ୟ ନିଜେ ବାରି ପାରିବେ।

ଯଦି ଆପଣଙ୍କୁ ମୁଣ୍ଡବିନ୍ଧା ହେଉଛି ପାଖରେ କୌଣସି ଔଷଧ ନାହିଁ। ତେବେ ମୁଣ୍ଡବିନ୍ଧାରୁ ଆରାମ ପାଇବା ପାଇଁ ଗୋଟିଏ ଗ୍ଲାସ୍‌ ପାଣିରେ କିଛି ପରିମାଣର ଲୁଣ ପକାଇ ପିଅନ୍ତୁ। ୧୫ମିନିଟ ମଧ୍ୟରେ ମୁଣ୍ଡବିନ୍ଧା କମି ଯିବ।

ସେହିପରି ଶରୀରର କୌଣସି ସ୍ଥାନ ଯଦି ସାମାନ୍ୟ କଟି ଯାଇଛି। ତେବେ ଗୋଟିଏ ଗ୍ଲାସ୍‌ ପାଣିରେ ଗୋଟିଏରୁ ୨ଟି ଚାମଚ ଲୁଣ ପକାଇ ମିଶାନ୍ତୁ। ସେହି ପାଣିକୁ ଖଣ୍ଡିଆ ଉପରେ ପକାନ୍ତୁ। ଖଣ୍ଡିଆରେ ଏହି ପାଣି ପଡ଼ିବାମାତ୍ରେ ସାମାନ୍ୟ ପୋଡ଼ିବା ଭଳି ଅନୁଭବ ହେବ କିନ୍ତୁ କିଛି ସମୟ ପରେ ଆରମ ମିଳିବ।

ସମ୍ବନ୍ଧିତ ଖବର