Sambad is now on WhatsApp
Join and get latest news updates delivered to you via WhatsApp
ଭଲ ନିଦ ନ ହେବା ବା ଅନିଦ୍ରା ରହିବା
ଆଜିକାଲିିର କାର୍ଯ୍ୟବ୍ୟସ୍ତ ଜୀବନରେ ଅଧିକାଂଶ ଲୋକଙ୍କ ପାଇଁ ନିଦ୍ରାହୀନତା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯେଉଁମାନେ ଯୁବାବସ୍ଥାରେ ଏହି ସମସ୍ୟାର ଶିକାର ସେମାନେ ଋଗଣ ହୋଇପଡ଼ନ୍ତି। ଅନିଦ୍ରା ରହିବା ଆମ ଶରୀରରେ କର୍ଟିସଲ୍ ବଢ଼ାଇଥାଏ, ଯାହା ହେଉଛି ଏକ ଷ୍ଟ୍ରେସ୍ (ଚାପ) ହର୍ମୋନ୍ ଏବଂ ଏହା ଟେଷ୍ଟେଟେରୋନ୍ ସ୍ତରକୁ କମ୍ କରିଥାଏ।
ଠିକ୍ ସମୟରେ ରାତ୍ରି ଭୋଜନ ନ କରିବା
ଅଧିକ ଖାଦ୍ୟ ଖାଇବା ବା ଖାଦ୍ୟ ଖାଇସାରି ଶୀଘ୍ର ଶୋଇ ପଡ଼ିବା, ଆମ ଶରୀରକୁ ଅଳସୁୁଆ କରିଦିଏ। ତେଣୁ, ଯଦି ଆପଣ ସୁସ୍ଥ ଯୌବନ ବିତେଇବାକୁ ଚାହୁଁଛନ୍ତି ତା’ହେଲେ ଶୋଇବାର ୨ ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ।
ଅଧିକାଂଶ ସମୟରେ ମଦ୍ୟପାନ କରିବା
ରାତ୍ର ଭୋଜନ ସହିତ ଗୋଟିଏ ପେଗ୍ରୁ ଅଧିକ ଓ୍ଵାଇନ୍ ନେଲେ ଏହା ଆମ ଶରୀରକୁ ପ୍ରଭାବିତ କରିଥାଏ। ଅତ୍ୟଧିକ ମଦ୍ୟପାନ ସୁସ୍ଥ ଯୌନଜୀବନ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
କସରତ କିମ୍ବା ବ୍ୟାୟାମ ନ କରିବା
ସାରାଦିନ ବସି ରହିବା ଦ୍ୱାରା ଜଣେ ଅଳସୁଆ ହେବା ସହ ବିଭିନ୍ନ ରୋଗର ଶିକାର ହୋଇଥାଏ। ଏହା ସହ ଖାଲି ବସି ରହିଲେ ଶରୀରର କିଛି ଅଙ୍ଗକୁ ରକ୍ତ ସଞ୍ଚାଳନ କମ୍ ହୋଇଯାଏ, ଯାହା ଶାରୀରିକ କ୍ଷମତାକୁ କମାଇ ଦିଏ। ଯଦି ଜୀବନକୁ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ତା’ହେଲେ ପ୍ରତିଦିନ କସରତ ବା ବ୍ୟାୟାମ କରନ୍ତୁ।ଏହି ୫ଟି ସମସ୍ୟା ଯୌବନରେ ବି ଆପଣଙ୍କୁ ଋଗଣ କରି ଦେଇପାରେ