କାନ ସମସ୍ୟା ରହିଛି ତ, ଏମିତି କରନ୍ତୁ ପିଆଜର ଉପଯୋଗ

ପିଆଜ କେବଳ ଖାଦ୍ୟ ଉପଯୋଗୀ ସାମଗ୍ରୀ ନୁହେଁ। ଏହାର କେତେକ ଚିକିତ୍ସା ଜନିତ ଗୁଣ ମଧ୍ୟ ଅଛି। ଏହା ଏକ ଆଣ୍ଟିସେପ୍ଟିକ୍‌। ଏଥିରେ ଭିଟାମିନ୍‌ ବି ପ୍ରଚୁର ମାତ୍ରାରେ ରହିଥାଏ।
ହେଲେ ଆପଣ କ’ଣ ଜାଣନ୍ତି କି କାନରେ ପିଆଜ ଖଣ୍ଡ ସୁରକ୍ଷିତ ଭାବେ ରଖିଲେ, ତାହା ଆପଣଙ୍କ କାନକୁ ସଫା କରିଦେବ।
କାନ ଭିତରେ ପିଆଜ ରଖିଲେ ଏଭଳି ହେବାର କାରଣ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ। ପିଆଜରେ ଫସଫରିକ୍‌ ଏସିଡ୍‌ ଅଛି, ଯାହା କାନକୁ ସଫା କରିବାରେ ସହାୟକ ହୋଇଥାଏ।
ଯଦି ଆପଣ ଅନୁଭବ କରୁଛନ୍ତି ଯେ କାନରେ ପୂଜ ହୋଇଛି, ଅଥବା କୌଣସି ପ୍ରକାର ସଂକ୍ରମଣ ରହିଛି, ତେବେ କାନ ଭିତରେ ପିଆଜର ଏକ ଖଣ୍ଡ ରଖିପାରନ୍ତି। ପିଆଜରେ ଫସଫରିକ୍‌ ଏସିଡ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ଥିବା ହେତୁ କାନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା କାନରେ ସଂକ୍ରମଣ ହେବାକୁ ମଧ୍ୟ ଦେଇ ନଥାଏ।
ତେବେ କାନରେ ପିଆଜ ରଖିବା ଆଗରୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

photo-speaking tree

ପ୍ରଥମ କଥା ହେଲା ବିନା ରାସାୟନିକ ସାରରେ ଅମଳ ହୋଇଥିବା ପିଆଜକୁ ଏଥିପାଇଁ ବ୍ୟବହାର କରିବା ଉଚିତ। ଅର୍ଥାତ୍‌ ଜୈବ ସାରରେ ଅମଳ ହୋଇଥିବା ପିଆଜକୁ କାନ ଭିତରେ ରଖନ୍ତୁ। ଏହାକୁ ରାତି ସାରା କାନରେ ରଖିବା ଆବଶ୍ୟକ, ମନେ ରଖନ୍ତୁ କାନ ଭିତରୁ ପିଆଜ ଯେପରି ବାହାରି ନ ଯାଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସକାଳେ କାନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଆଜ ଟିକେ ବି ଯେମିତି କାନ ଭିତରେ ରହି ନଥାଏ, ତାହାକୁ ମଧ୍ୟ ଧ୍ୟାନ ଦିଅନ୍ତୁ।

ସମ୍ବନ୍ଧିତ ଖବର