ଜିମ୍‌ ଯାଉଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ, ନହେଲେ ଶରୀରର ଆକାର ଠିକ୍‌ ହେବା ପରିବର୍ତ୍ତେ ବିଗିଡ଼ି ଯିବ

ନିଜ ଶରୀରକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଆଜିକାଲି ଯୁବକ-ଯୁବତୀମାନେ ଜିମ୍‌ ଯିବାକୁ ପସନ୍ଦ କରୁଛନ୍ତି । କିନ୍ତୁ କେବେ କେବେ କିଛି ଲୋକ ଜିମ୍‌ ଯିବା ପରେ ମଧ୍ୟ ନିଜ ଶରୀରରେ କିଛି ଉନ୍ନତି ଆଣି ପାରନ୍ତି ନାହିଁ । ଏହା ପଛରେ ଅନେକ କାରଣ ରହିଛି । ଜିମ୍‌ ବିଷୟରେ ସଠିକ୍‌ ସୂଚନା ନ ରହିବା, ବ୍ୟାୟାମ ପରେ ଏବଂ ପୂର୍ବରୁ କ’ଣ କରିବା ଦରକାର ସେ ବିଷୟରେ ନ ଜାଣିବା ହେଉଛି ଏହାର ପ୍ରକୃତ କାରଣ । ଲୋକମାନେ ଜିମ୍‌ ଯାଇ କସରତ କରିଥାଆନ୍ତି ସତ । କିନ୍ତୁ ସଠିକ୍‌ ବାଟରେ କିପରି ବ୍ୟାୟାମ କରାଯିବା ଦରକାର ସେମାନେ ଜାଣି ପାରନ୍ତି ନାହିଁ । ଯାହା ଫଳରେ ସେମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବା ଅପେକ୍ଷା ତାହାର ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ଜିମ୍‌ରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରଖିବା ନିହାତି ଦରକାର ।

୧.ଜିମ୍‌ ଯାଇ ଓ୍ଵାର୍ମଅପ ଏବଂ ଷ୍ଟ୍ରେଚିଙ୍ଗ ନ କରି ସିଧା ମସିନ୍‌ ଉପରେ ବ୍ୟାୟାମ କରିବା ଦ୍ୱାରା ପିଠିରେ ପବନ ଅଟକି ଯିବା ସହ ଶରୀର ବିନ୍ଧା ଆରମ୍ଭ ହୋଇଥାଏ । ସେଥି ପାଇଁ ଜିମ୍‌ ଯାଇ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ୫-୧୦ମିନିଟ ଶରୀରକୁ ସେଥିପାଇଁ ପ୍ରସ୍ତୁତ ବା ଓ୍ଵାର୍ମଅପ କରାଇନେବା ଦରକାର ।

Men’s Fitness

୨.ଜିମ୍‌ରେ ଥିବା ମେସିନ୍‌ଗୁଡ଼ିକରେ ସବୁବେଳେ ପୂର୍ବରୁ ବ୍ୟବହାର କରିଥିବା ଲୋକମାନଙ୍କ ହିସାବରେ ନମ୍ବର ସେଟ୍‌ ହୋଇଥାଏ । ସେଥିପାଇଁ ଗୋଟେ ମେସିନ୍‌କୁ ବ୍ୟବହାର କରିବା ପୂର୍ବରୁ ନିଜ ହିସାବରେ ନମ୍ବର ସେଟ୍‌ କରି ନିଅନ୍ତୁ । ଯଦି ଆପଣ ଏହା କରୁ ନାହାନ୍ତି, ତେବେ ଆପଣଙ୍କୁ ଆଘାତ ଲାଗିବାର ମଧ୍ୟ ଆଶଙ୍କା ରହିଛି ।
୩.ଜିମ୍‌ ଯିବା ସମୟରେ କିଛି ଲୋକ ଶୀଘ୍ର ସୁସ୍ଥ ଶରୀର କରିବା ଚକ୍କରରେ ଲଗାତାର ବ୍ୟାୟାମ କରି ଥାଆନ୍ତି । ଯାହା ଦ୍ୱାରା ସେମାନେ ଶୀଘ୍ର ଥକିଯିବା ସହ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ । ସେଥି ପାଇଁ ୨-୩ମିନିଟ୍‌ ବ୍ରେକ୍‌ ନେବା ନିହାତି ଦରକାର ।
୪.ଶୀଘ୍ର ବଡ଼ି ବନେଇବା ଚକ୍କରରେ ଲୋକମାନେ ଅଧିକ ଓଜନ ଉଠାଇଥାଆନ୍ତି । ଆରମ୍ଭ ଦିନରେ ହଠାତ ଏତେ ଓଜନ ଉଠାଇବା ଦ୍ୱାରା ଏହାର ଖରାପ ପ୍ରଭାବ ମାଂସପେଶୀରେ ପଡ଼ିଥାଏ । ସେଥି ପାଇଁ ଫିଟ୍‌ନେସ ଟ୍ରେନରଙ୍କୁ ପଚାରି ଓଜନ ଉଠାନ୍ତୁ ।

ACE Fitness

୫.ଖାଲି ପେଟରେ ବ୍ୟାୟାମ କରିବା ଦ୍ୱାରା ଶରୀରରୁ ଶକ୍ତି କମ ହୋଇ ଯାଇଥାଏ । ସେଥି ପାଇଁ ଜିମ୍‌ ଯିବାର ୧୫-୨୦ମିନିଟ୍‌ ପୂର୍ବରୁ କଦଳୀ ବା ସିଝା ଆଳୁ ଖାଆନ୍ତୁ ।
୬.ଜିମ୍‌ କରିବାର ୧୫ମିନିଟ୍‌ ପର୍ଯ୍ୟନ୍ତ ପାଣି ପିଇବା ଅନୁଚିତ୍‌ ।

ସମ୍ବନ୍ଧିତ ଖବର