ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ। ପ୍ରିୟ ବନ୍ଧୁ ସହ ମିଶିବାର ମଉକା ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ‌

 

ବୃଷ: ଦିନଟି ବ୍ୟସ୍ତତାରେ କଟିବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ଯଥେଷ୍ଟ ଆନନ୍ଦ ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ନିଜ ଗୁରୁଙ୍କ ସହ ସାକ୍ଷାତ ହେବ। ‌

ମିଥୁନ: ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଠିକ୍ ରହିବ। ଅଚାନକ ଧନଲାଭ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ସ୍ଥଗିତ କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

ସିଂହ: କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସଚ୍ଛଳ ରହିବ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

କନ୍ୟା: କୌଣସି କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ। ଅଫିସରେ କଠୋର ପରିଶ୍ରମ ପାଇଁ ଆପଣଙ୍କୁ ପଦୋନ୍ନତି ମିଳିବ। ପରିବାରରେ କୌଣସି ଲୋକଙ୍କ ତର୍କବିତର୍କ ହେବ।

 

ତୁଳା: କୌଣସି ବିଷୟରେ ବଡ଼ ନିର୍ଣ୍ଣୟ ନେବେ। ନିଜର ଶକ୍ତିକୁ ସଠିକ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ। ପ୍ରେମ ଜୀବନ ଭଲ ରହିବ।

ବିଛା: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଶୁଭ।

 

ଧନୁ: ମନ ଶାନ୍ତ ରହିବ। ପରିଶ୍ରମର ସୁଫଳ ପାଇବେ। ଅଫିସ କାମ ପ୍ରତି ଦିନଟି ଅନୁକୂଳ ରହିବ। ବରିଷ୍ଠ ଆପଣଙ୍କ କଥାକୁ ଗମ୍ଭୀରତାରେ ଗ୍ରହଣ କରିବେ। ଆର୍ଥିକ ଚିନ୍ତା ସମାପ୍ତ ହେବ।

 

ମକର: ଦିନଟି ଆତ୍ମବିଶ୍ବାସଭରା ରହିବ। ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ। ସମୟ ଓ ଅର୍ଥ ଅଧିକ ମନୋରଂଜନ କାର୍ଯ୍ୟରେ ବ୍ୟୟ କରନ୍ତୁ ନାହିଁ। ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।

 

କୁମ୍ଭ: ସମ୍ମୁଖକୁ ଆସୁଥିବା ଆହ୍ବାନକୁ ସହଜରେ ସମାଧାନ କରିପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟରେ ଉନ୍ନତି ହେବ। ନୂଆ ଲୋକଙ୍କ ସାକ୍ଷାତରେ ଆପଣଙ୍କୁ ଲାଭ ହେବ।

ମୀନ: କୌଣସି ପୂର୍ବ କଥା ନେଇ ଟିକେ ଅଶାନ୍ତିରେ ରହିବେ। ନିଜର ଲୋକ ଆପଣଙ୍କୁ ଠିକ ଦିଗରେ ନେଇଯିବେ। ଅଫିସ କାମରେ ଆହ୍ବାନ ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର