ସାମ୍ନା ଲୋକକୁ ଆକର୍ଷିତ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଚାଣକ୍ୟଙ୍କର ଏହି ନୀତି

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟ ଗୁଡ଼ାଏ ଜୀବନମନ୍ତ୍ର ଦେଇ ଯାଇଛନ୍ତି। ସେସବୁକୁ ମାନି ଚଳିଲେ ବ୍ୟକ୍ତି ବିଭିନ କ୍ଷେତ୍ରରେ ସଫଳ ହୋଇପାରନ୍ତି। ତେବେ, ଆପଣ ଯଦି କାହାକୁ ନିଜ ଆଡ଼କୁ ଆକୃଷ୍ଟ ବା ଆକର୍ଷିତ କରିବାକୁ ଚାହାନ୍ତି ତେବେ, ଚାଣକ୍ୟଙ୍କର ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତି। ଚାଣକ୍ୟଙ୍କ ମତରେ ଦୁଇ ଜଣ ବ୍ୟକ୍ତି କେବେ ବି ସମାନ ନୁହଁନ୍ତି। ଜଣଙ୍କୁ ଅନ୍ୟ ଜଣକ ପ୍ରତି ଆକୃଷ୍ଟ କରାଇବା ଏକ ସହଜ କଥା ନୁହେଁ। ତଥାପି ବି କପିରି ସଫଳ ହେବେ ସେ ସବୁ ନିମ୍ନରେ ଉଲ୍ଲେଖ କରାଯାଇଛି।

ସଂସାରରେ ଭିନ୍ନ ଭିନ୍ନ ବ୍ୟକ୍ତି ଅଛନ୍ତି। ସମସ୍ତଙ୍କୁ ସମାନ ତରିକାରେ ବଶ କରିବା ସମ୍ଭବ ନୁହେଁ। ଆପଣ ଯାହାଙ୍କୁ ଆକୃଷ୍ଟ କରିବାକୁ ଚାହାନ୍ତି ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ ସେ କେଉଁ ପ୍ରବୃତ୍ତିର। ତା’ପରେ ଆକର୍ଷିତ କରାଇବା ଆପଣଙ୍କ ପାଇଁ ସହଜ ହେବ।

ଜଣେ ଲୋଭୀ ଲୋକର ଭୋକ କେବେ ସ୍ନେହରେ ମରେନା। ଜଣେ ଲୋଭୀ ଲୋକକୁ ଜୟ କରିବାକୁ ଚାହୁଁଥିଲେ ତାକୁ ଧନ ଦିଅନ୍ତୁ।

ଯଦି କୌଣସି ଅହଂକାରୀ ଲୋକଙ୍କୁ ବଶ କରିବାକୁ ଚାହାନ୍ତି ତେବେ ତାଙ୍କ ସମ୍ମୁଖରେ ନିଜର ଅହଂକାର ତ୍ୟାଗ କରି ତଳନତୀ ହୋଇ ତାଙ୍କୁ ଶାନ୍ତ ହେବାକୁ ଅନୁରୋଧ କରନ୍ତୁ।

ଯଦି କୌଣସି ବୋକା ଲୋକକୁ ବଶ କରିବାକୁ ଚାହାନ୍ତି ତେବେ ପ୍ରଥମେ ଶୁଣନ୍ତୁ ସେ କ’ଣ କହୁଛନ୍ତି। ତାଙ୍କ ଉପରେ କୌଶଳ ପ୍ରୟୋଗ କରି ସତର୍କତାର ସହ ନିଜ ଆଡ଼େ କରିନିଅନ୍ତୁ।

ଯଦି ଜଣେ ଚତୁର ଲୋକକୁ ଆକୃଷ୍ଟ କରାଇବାକୁ ଚାହାନ୍ତି ତେବେ ତାଙ୍କ ସାମ୍ନାରେ ସବୁବେଳେ ସତ କୁହନ୍ତୁ। ଆପଣଙ୍କ ମିଛକୁ ସେ ଖୁବ୍‌ ସହଜରେ ଧରିପାରନ୍ତି।

ସମ୍ବନ୍ଧିତ ଖବର