ଦୁର୍ବଳ ଓ ଧଳା ହୋଇ ଯାଉଛି କି କେଶ? ୬ ଟି ପ୍ରାକୃତିକ ତଥା ଘରୋଇ ଉପାୟରେ ସୁସ୍ଥ ରଖନ୍ତୁ କେଶ

ବୟସ ବଢ଼ିବା ସହ କେଶ ଧୀରେ ଧୀରେ ଦୁର୍ବଳ ହୋଇଥାଏ, ଭିଟାମିନ୍‌ ଓ ମେଲାଲିନ୍‌ ଅଭାବରୁ ଏହାର ରଙ୍ଗ ମଧ୍ୟ ଧଳା ହୋଇ ଆସେ। କିନ୍ତୁ ଆଜିକାଲି କମ୍‌ ବୟସରୁ ହିଁ ଅଧିକାଂଶଙ୍କର କେଶ ସମସ୍ୟା ଉପୁଜୁଛି। ଏହି ଘରୋଇ ଉପଚାର ଦ୍ୱାରା ପୁଣି କେଶକୁ ସୁସ୍ଥ ରଖିବା ପାଇଁ କ’ଣ କରିବେ ଜାଣନ୍ତୁ….

ପିଆଜ ଓ ଲେମ୍ବୁ: ପିଆଜ ରସ ଓ ଲେମ୍ବୁ ରସକୁ ମିଶାଇ କେଶର ମୂଳରେ ଲଗାନ୍ତୁ, ୧୦ ମିନିଟ୍‌ ପର୍ଯ୍ୟନ୍ତ ରଖିଲା ପରେ ମୁଣ୍ଡ ଧୁଅନ୍ତୁ।

 

ଲାଉ ଓ ଅଲିଭ୍‌: ଲାଉ ରସରେ ଅଲିଭ୍‌ ତେଲ କିମ୍ବା ରାଶି ତେଲ ମିଶାଇ କେଶରେ ଲଗାଇ କିଛି ସମୟ ମାଲିସ୍‌ କରନ୍ତୁ। ଅଧା ଘଣ୍ଟା ପରେ ସାମ୍ପୁରେ ଲଗାଇ କେଶକୁ ଧୁଅନ୍ତୁ।

 

କଞ୍ଚା କ୍ଷୀର: ସପ୍ତାହକୁ ଥରେ କଞ୍ଚା କ୍ଷୀର କେଶର ମୂଳ ଅଂଶରେ ଲଗାନ୍ତୁ। ୧୫-୨୦ ମିନିଟ୍‌ ପରେ କେଶକୁ ଧୁଅନ୍ତୁ।

 

ଚା ପାଣି: ସପ୍ତାହକୁ ୨ ଥର ଚା ପାଣିରେ କେଶ ଧୋଅନ୍ତୁ। କେଶ କଳା, ଘନ ଓ କୋମଳ ହେବ।

 

ଅଦା ଓ କ୍ଷୀର: ଅଦାକୁ ବାଟି କଞ୍ଚା କ୍ଷୀରରେ ମିଶାନ୍ତୁ ଓ କେଶରେ ଲଗାନ୍ତୁ। ଅଧ ଘଣ୍ଟା ପରେ କେଶକୁ ଧୁଅନ୍ତୁ।

 

ଅଁଳା ଓ ବାଦାମ: ବାଦାମ ତେଲରେ ଟିକିଏ ଅଁଳା ରସ ମିଶାଇ କିଛି ସମୟ କେଶକୁ ମାଲିସ୍‌ କରନ୍ତୁ। ଏକ ଘଣ୍ଟା ପରେ କେଶ ଧୁଅନ୍ତୁ।
ସମ୍ବନ୍ଧିତ ଖବର