ନୋଟରୁ ମିଳିଥିବା ୭୮ ପ୍ରକାର ଜୀବାଣୁ ହେତୁ ଆପଣ ଯଷ୍ମା, ଅଲସର ଓ ପେଟ ରୋଗର ଶିକାର ହୋଇ ପାରନ୍ତି

ନୂଆଦିଲ୍ଲୀ: ପକେଟରେ ରଖିଥିବା ନୋଟ ଆପଣଙ୍କୁ ରୋଗରେ ପକାଇ ପାରେ ବୋଲି ନିକଟରେ ଏକ ରିପୋର୍ଟ ମିଳିଛି। ନୋଟ ପାଇଁ ଆପଣ ଯଷ୍ମା, ଅଲସର ଓ ପେଟ ରୋଗରେ ପୀଡିତ ହୋଇପାରନ୍ତି। ଏହି କଥା କେତେ ଦୂର ସତ ତାହାର ପ୍ରଶ୍ନ ଖୁଚୁରା ବ୍ୟବସାୟୀର ଦେଶବ୍ୟାପୀ ସଙ୍ଗଠନ ‘କ୍ୟାଟ’ ଅର୍ଥମନ୍ତ୍ରୀ ଅରୁନ୍‌ ଜେଟଲିଙ୍କୁ ପଚାରିଛନ୍ତି।

‘କ୍ୟାଟ’ ନୋଟ ବ୍ୟବହାର ଦ୍ୱାରା ହେଉଥିବା ଯଷ୍ମା, ଅଲସର ଓ ପେଟ ରୋଗ ନେଇ ଯେଉଁ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ନେଇ ଯାଞ୍ଚ କରିବାକୁ ଦାବି କରିଛି। ଆଉ ଯଦି ଏହା ସତ ତାହାଲେ ନୋଟ ବ୍ୟବହାର ଦ୍ୱାରା ହେଉଥିବା ରୋଗରୁ କିପରି ମୁକ୍ତି ପାଇ ହେବ ସେନେଇ ଉପାୟ ବି ବାହାର କରିବା ବି ଉଚିତ।

ପ୍ରକାଶିତ ରିପୋର୍ଟ ମୁତାବକ, ନୋଟ ହଜାର ହଜାର ଲୋକଙ୍କ ହାତ ଦେଇ ଚଳପ୍ରଚଳ ହୋଇଥାଏ। ଏହି ନୋଟ ଗମ୍ଭୀର ରୋଗରେ ପୀଡିତ ଲୋକଙ୍କ ହାତରେ ବି ପହଞ୍ଚି ଥାଏ। ଏହି କାରଣରୁ ନୋଟ ହଜାର ପ୍ରକାର ଜୀବାଣୁ ସମ୍ପର୍କରେ ଆସିଥାଏ। ଫଳରେ ଏହି ନୋଟ ବ୍ୟବହାର ହେତୁ ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। କ୍ୟାଟ ଏହି ପତ୍ରର ଏକ କପି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡଡା ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ୍‌କୁ ପଠାଇଛି।

କ୍ୟାଟ ଅନୁସାରେ, ସରକାରଙ୍କ ବ୍ୟତୀତ ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ବି ଆଗକୁ ଆସିବା କଥା। କ୍ୟାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତୀୟା କହିଛନ୍ତି, ରିସର୍ଚ୍ଚ ରିପୋର୍ଟ ଯଦି ସତ ପ୍ରମାଣ ହୁଏ ତେବେ କରେନ୍ସି ନୋଟ କେବଳ ଯେ ବ୍ୟବସାୟୀ ତାହା ନୁହେଁ ସାଧାରଣ ଉପଭୋକ୍ତାଙ୍କ ପାଇଁ ବି ବିପଦପୂର୍ଣ୍ଣ ରହିଛି।

କାଉନ୍‌ସିଲ ଅଫ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଅଧିନରେ କାମ କରୁଥିବା ସଂସ୍ଥା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରୋଟିବ୍‌ ବାୟୋଲୋଜି (ଆଇଜିଆଇବି)ର ରିସର୍ଚ୍ଚରେ ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ନୋଟରେ ରୋଗ ସଂକ୍ରମଣ ହେବାର ୭୮ପ୍ରକାର ଜୀବାଣୁ ଥିବା ରିପୋର୍ଟ ମିଳିଛି। ଅଧିକାଂଶ ନୋଟରେ ପେଟ ଖରାପ, ଅଲସର ଓ ଯଷ୍ମା ଭଳି ଅନ୍ୟ ରାଗ ହେବାର ଜୀବାଣୁ ଥିବା ଚିହ୍ନଟ ହୋଇଛି। ଜାପାନ୍‌ ଓ ୟୁରୋପ ଭଳି କେତେକ ଦେଶରେ ନୋଟ ମ୍ୟାସିନ୍‌ ଜରିଆରେ ଜୀବାଣୁ ମୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର