ଭୁବନେଶ୍ୱର : ମହିଳାଙ୍କୁ କାର୍ ଭିତରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ସ୍ଥିତିରେ ଆଇନ ସହାୟତା ଯୋଗାଇ ଦେବାକୁ କହି ଜଣେ ଅସହାୟ ମହିଳାଙ୍କୁ କାର୍ ଭିତରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଜଣେ ଆଇନଜୀବୀଙ୍କ ବିରୋଧରେ ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ କରିଛି।

ସୂଚନା ମୁତାବକ, ଲିଙ୍ଗିପୁର ଅଞ୍ଚଳର ଜଣେ ମହିଳା ଧଉଳି ଥାନା ଅଞ୍ଚଳରେ ୨୦୧୦ ମସିହାରେ ବିବାହ କରିଥିଲେ। ୨୦୧୮ ମାର୍ଚ୍ଚ ୭ ତାରିଖରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁପରେ ଶାଶୂଘର ଲୋକେ ହଇରାଣ କରୁଥିବା ଅଭିଯୋଗ କରି ସେ ବାପଘରେ ରହି ଆସୁଥିଲେ। କିଛି ଦିନ ପରେ ଶ୍ୱଶୁର ବୁଝାଇସୁଝାଇ ଘରକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ଏଭଳି ନିର୍ଯାତନା ଯୋଗୁଁ ସେ ଏକ ଆଶ୍ରମର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପୁଅକୁ ଶାଶୂ ଶ୍ୱଶୁର ତାଙ୍କ ସହ ଆଶ୍ରମ ଯିବାକୁ ଦେଇନଥିଲେ। ଏ ନେଇ ମଧ୍ୟ ସେ ଥାନାରେ ଅଭିଯୋଗ କରିଥିଲେ। ଦିନେ ତାଙ୍କ ଗ୍ରାମର ଜଣେ ଓକିଲଙ୍କୁ ସେ ଦୁଃଖ କାହାଣୀ କହିଥିଲେ। ଆଇନ ସହାୟତା ଯୋଗାଇ ଦେବା ପାଇଁ ଶ୍ୱଶୁର ଘର ଓ ଜମିବାଡ଼ି ଦେଖିବା ଲାଗି ଗତ ୧୮ତାରିଖ ଦିନ ଓକିଲ ପୀଡ଼ିତାଙ୍କୁ କାର୍‌ରେ ନେଇ ଶ୍ବଶୁର ଘର ଆଡ଼େ ଯାଇଥିଲେ। ଫେରିବା ରାତିରେ ଏକ ନିକାଞ୍ଚନ ସ୍ଥାନରେ କାର୍ ଭିତରେ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର