ଛୋଟ ବିଲ୍ଡିଂ ପାଇଁ ଅନୁମୋଦନ ସହଜ: ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଓଏହାର ଆଖପାଖ ଅଂଚଳରେ ଛୋଟ ବିଲ୍ଡିଂ ପାଇଁ ପ୍ଲାନ ଅନୁମୋଦନ ସହଜ ହୋଇଛି। ୧୦ ମିଟର ଉଚ୍ଚତା ଓ ୫୪୦୦ ବର୍ଗ ଫୁଟ ଘର ତିଆରି ପ୍ଲାନ ପାଇଁ ଅନୁମୋଦନ ସହଜ ହୋଇଛି। ବିଡିଏର ୧୦୪ ନିର୍ଧାରିତ ପ୍ଲାନ ନେଲେ କେବଳ ଦେବାକୁ ପଡିବ। ଅନୁମୋଦିତ ପ୍ଲାନ ଥିଲେ ପ୍ଲଟ ମାଲିକଙ୍କୁ କେବଳ ବିଡିଏ/ବିଏମସିକୁ ଜଣାଇବାକୁ ପଡିବ। ଏଥି ପାଇଁ www.bhubaneswar.meରେ ଅନଲାଇନରେ ଆବେଦନ କରିହେବ। ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି। ଏଣିକି ଏହି ୱେବସାଇଟରେ ଯୋଡ଼ା ଗଲା ନୂଆ ଫିଚର- ‘ରୋଡ଼ କଟିଙ୍ଗ’। କେଉଁ ସଂସ୍ଥା ନିର୍ଧାରିତ ସମୟ ପରେ ରାସ୍ତା ସଜାଡୁନି ଜଣାପଡିବ।

ସମ୍ବନ୍ଧିତ ଖବର