ସ୍ମାଇଲ ୱାର୍ଲଡ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ୱାର୍ଲଡ୍‌ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ସ୍ଥାନୀୟ ଡୁମୁଡୁମା ହାଉସିଂ ବୋର୍ଡସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ୍‌ ୨୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଓଡ଼ିଶା ରକ୍ତକେନ୍ଦ୍ର, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକର୍ମୀ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ସ୍ମାଇଲ ୱାର୍ଲଡ୍‌ର ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ଗୌଡ଼ ଶିବିରକୁ ଉଦ୍‌ଘାଟନ କରିଥିଲେ।

ବଳରାମ ସ୍ୱାଇଁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ସନ୍ତୋଷ କୁମାର ସାହୁ, ଅଧ୍ୟାପକ ପ୍ରମୋଦ କୁମାର ରାଉତରାୟ, ରଶ୍ମି ରଞ୍ଜନ ରଥ, ବରିଷ୍ଠ ସମ୍ବାଦିକ ଅମୀୟ ରଞ୍ଜନ ସିଂ, ପ୍ରଧାନ ଶିକ୍ଷୟିତ୍ରୀ ସିପ୍ରା ଗୁରୁମା, ବାସନ୍ତୀ ଗୌଡ଼, କୃଷ୍ଣଚନ୍ଦ୍ର ସାହୁ, ସ୍ମାଇଲ ୱାର୍ଲଡ୍‌ର ଯୁବ ସଦସ୍ୟ ଆଲୋକ ଚନ୍ଦ୍ର ସାହୁ, ଚିନ୍ମୟ ରଞ୍ଜନ ସାହୁ, ସୂର୍ଯ୍ୟପ୍ରତାପ ରଣସିଂ, ପ୍ରକାଶ ବେହେରା, ସଂଗ୍ରାମ ମହାନ୍ତି, ଅଶ୍ରୁମୋଚନ ପାତ୍ର, ହରିହର ପାତ୍ର, ଶୁଭମ୍‌ ସାମଲ, ସଚ୍ଚିକାନ୍ତ ଦାସ ଚୌଧୁରୀ, ଟି. ସତ୍ୟନାରାୟଣ ସରାବ, ସରୋଜ କୁମାର ପାତ୍ର ଓ ଗିରିଜା ପ୍ରସାଦ ସ୍ବାଇଁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ଥାଉକି, ସ୍ମାଇଲ ୱାର୍ଲଡ୍‌ ଦେଶର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ତ୍ରିପୁରା ଆଦି ରାଜ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରି ଜାତୀୟ ସ୍ତରର ମର୍ଯ୍ୟାଦାପ୍ରାପ୍ତ ହୋଇଛି। ଏଭଳି ଶିବିର ଆଗକୁ ରାଜ୍ୟବ୍ୟାପୀ ଜାରି ରହିବ ବୋଲି ପ୍ରତିଷ୍ଠାତା ଶ୍ରୀ ଗୌଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର