ବିଏମ୍‌ସି କର୍ମଚାରୀଙ୍କୁ ଧମକ, ଯୁବକ ଗିରଫ

ଭୁବନେଶ୍ବର: ବିଏମ୍‌ସି କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ବଡ଼ଦାଣ୍ଡ ସାହିର ସୁଶୀଲ ପ୍ରହରାଜ(୨୮)ଙ୍କୁ ଗିରଫ କରିଛି। ପୁଲିସ ସୂଚନାନୁଯାୟୀ ବିଏମ୍‌ସିର ଉଚ୍ଛେଦ ଦଳରେ କାର୍ଯ୍ୟ କରୁଥିବା ପ୍ରମୋଦ କୁମାର ଜେନା ରଥରୋଡ୍‌ରେ ଏକ ଉଚ୍ଛେଦ କାର୍ଯ୍ୟକ୍ରମରେ ଟିମ୍‌ ସହ ଆସିଥିଲେ। ସୁଶୀଲଙ୍କ ଦୋକାନଟି ରାସ୍ତାକୁ ସଙ୍କୁଚିତ କରୁଥିବାରୁ ପ୍ରମୋଦ ପଚାରିଥିଲେ। ଏଥିରେ ସୁଶୀଲ ଉତ୍ତ୍ୟକ୍ତ ହୋଇ ପ୍ରମୋଦଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ପ୍ରମୋଦ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର