ଲକ୍ଷାଧିକ ଟଙ୍କାର ସିଗାରେଟ୍ ଜବତ, ଚୋର ଗିରଫ

ଚନ୍ଦ୍ରଶେଖରପୁର: ବିପୁଳ ପରିମାଣର ସିଗାରେଟ୍ ଚୋରି କରିନେଇଥିବା ଜଣେ ଯୁବକକୁ ଆଜି ମ‌ୈତ୍ରୀବିହାର ଥାନା ପୁଲିସ୍ ଗିରଫ କରି ‌କୋର୍ଟଚାଲାଣ କରିଛି। ସେ ହେଲା, ନୀତୀଶ ଦାସ (୨୯)। ୟୁନିଟ୍-୯ ଅଞ୍ଚଳରେ ର‌ହେ। ପୁଲିସ୍ ତା’ ନିକଟରୁ ବହୁ ପରିମାଣର ଚୋରା ସିଗାରେଟ୍ ଜବତ କରିଛି।

ସୂଚନାନୁଯାୟୀ, ଗତ ସପ୍ତାହରେ ସୁକାନ୍ତ କୁମାର ମହାରଣା ନାମକ ଜଣେ ବ୍ୟକ୍ତି ଏକ କମ୍ପାନିର ସିଗାରେଟ୍ଗୁଡ଼ିକୁ ନେଇ ବିଭିନ୍ନ ସ୍ଥାନରେ ଡେଲିଭର କରୁଥିଲା ବେଳେ ଏକାମ୍ର ଛକରେ ଗାଡ଼ି ରଖି ଦୋକାନରେ ଜିନିଷ ଦେଉଥିଲେ। ଏହି ସମୟରେ ଅଭିଯୁକ୍ତଜଣଙ୍କ ଏକ ବାଇକରେ ଆସି ସୁକାନ୍ତଙ୍କ ବାଇକରୁ ସିଗାରେଟ୍ ବ୍ୟାଗକୁ ନେଇ ଚମ୍ପଟ ମାରିଥିଲା। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍ ସ୍ଥାନୀୟ ଏକ ସିସିଟିଭି ଫୁଟେଜକୁ ତଦନ୍ତ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା।

ସମ୍ବନ୍ଧିତ ଖବର