ଓୟୁଏଟି ଗୋଷ୍ଠୀ ବିଜ୍ଞାନ କଲେଜରେ ଆଲୋଚନା

ଭୁବନେଶ୍ବର: ଓୟୁଏଟି ଗୋଷ୍ଠୀ ବିଜ୍ଞାନ କଲେଜରେ କର୍ମଜୀବୀ ମହିଳାଙ୍କ ଦ୍ବାରା ଶିଶୁ ଯତ୍ନ ଆଲୋଚନା ଅନୁଷ୍ଠିତ ହୋଇଛି। ଡିନ୍‌ ପ୍ରଫେସର୍‌ ତୃପ୍ତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଡିନ୍ ପ୍ରସନ୍ନଜିତ ମିଶ୍ର, ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ରର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଅମରେନ୍ଦ୍ର ମହାପାତ୍ର ମୁଖ୍ୟ ଆଲୋଚକ ଥିଲେ।

ମହିଳା ଚାଷୀମାନେ ଯେପରି ସେମାନଙ୍କ ଶିଶୁଙ୍କ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଉପରେ ଧ୍ୟାନ ଦେଇ ପାରିବେ, ତାହା ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର