ରାଜଧାନୀରେ ଜମତରା ଗ୍ୟାଙ୍ଗ୍‌ ଗିରଫ ଘଟଣା: କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନା ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର : ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ୩ ସଦସ୍ୟ ପ୍ରଧୂମ ମଣ୍ଡଳ, କ୍ରିଷ୍ଣା ମଣ୍ଡଳ ଓ ଚେତଲାଲ ମଣ୍ଡଳ ରାଜଧାନୀରୁ ଗିରଫ ହେବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନା ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ଓଡ଼ିଶାର ଏକ ବଡ଼ ଠକେଇ ସଂକ୍ରାନ୍ତରେ ସୂଚନା ମିଳିଛି। ସେମାନଙ୍କ ରିମାଣ୍ଡର ଦ୍ବିତୀୟ ଦିନରେ ମାରାଥନ୍ ଜେରା ବେଳେ ଅନ୍ୟ ରାଜ୍ୟର କେତେକ ହାଇ ପ୍ରୋଫାଇଲ ଠକେଇ ସଂକ୍ରାନ୍ତରେ ମଧ୍ୟ ସୁରାକ୍ ମିଳିଛି। କିନ୍ତୁ କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ ମୁହଁ ଖୋଲି ନାହିଁ। ଆସନ୍ତାକାଲି ସାଇବର ଠକେଇ ସଂକ୍ରାନ୍ତରେ ବଡ଼ ଖୁଲାସା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସାଇବର ଅପରାଧୀ ବ୍ୟବହାର କରୁଥିବା ସିମ୍ କାର୍ଡ ନମ୍ବର ଜାରି ପରେ ଠକେଇ ସଂକ୍ରାନ୍ତରେ ସୂଚନା ଆସିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ସାଇବର ଥାନା ପଳାସୁଣୀ ପ୍ରାଚୀ ବିହାର ଅଞ୍ଚଳରୁ ୩ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ବିପୁଳ ସିମକାର୍ଡ, ମୋବାଇଲ ଫୋନ୍, ଲାପଟପ୍, ଟାବ୍ ଆଦି ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର