ରୁକୁଣା ରଥଯାତ୍ରାକୁ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରେ ପାଳିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା ବା ରୁକୁଣା ରଥଯାତ୍ରା | ଏହାକୁ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ଏଡିଏମ ପ୍ରଫୁଲ୍ଲ ସ୍ବାଇଁ ଓ ମନ୍ଦିର ନିଯୋଗର ସେବାୟତ ଓ ବିଦ୍ୟୁତ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ | ଚଳିତ ବର୍ଷ ରଥ କାଠକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଇଥିଲା ଓ ବିଳମ୍ବରେ ପହଞ୍ଚିଥିଲା | ଏସବୁ ସତ୍ତ୍ୱେ ରଥ ସଠିକ୍ ସମୟରେ ପ୍ରସ୍ତୁତ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ମହାରଣା ସେବାୟତ |

ମାର୍ଚ୍ଚ ୨୯ ତାରିଖରେ ରଥଯାତ୍ରା ପାଳିତ ହେବାକୁ ଥିବାବେଳେ ଏପ୍ରିଲ ୨ରେ ପ୍ରଭୁଙ୍କ ବାହୁଡା଼ ଯାତ୍ରା ପାଳିତ ହେବ | ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କିପରି ଶୃଙ୍ଖଳିତ ସହ ନିତିକାନ୍ତି କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି | ୨୯ ତାରିଖ ଦିନ ଭୋର ୫ଟା ସମୟରେ ମଙ୍ଗଳଆଳତି କରାଯିବାର ଯୋଜନା କରାଯାଇଥିବାବେଳେ ପ୍ରାୟ ୧:୩୦ ସମୟରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ରଥାରୂଢ଼ କରାଯିବା ପାଇଁ ସ୍ଥିର କରାଯାଇଛି | ଏଥିସହ ରଥଯାତ୍ରା ଓ ବାହୁଡା଼ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବ | ଜନସାଧାରଣଙ୍କ ସୁବିଧା ପାଇଁ ୨ଟି ଦମକଳ ଗାଡି, ଆମ୍ବୁଲାନ୍ସ ଗାଡି, ମୋ ବସ ସେବା ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯିବ |

ସମ୍ବନ୍ଧିତ ଖବର