‘ଦେଖାହେଲେ କହିବି’ କବିତା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସସ୍ମିତା କରଙ୍କ କବିତା ପୁସ୍ତକ ‘ଦେଖାହେଲେ କହିବି’ ଉନ୍ମୋଚିତ ହୋଇଯାଇଛି। ସଂଭାବନା ପକ୍ଷରୁ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଦାଶ ବେନହୁର୍ କହିଲେ, କାଗଜ ଓ ଭୁଜପତ୍ର ନଥିବା ସମୟରୁ ମଧ୍ୟ ସାହିତ୍ୟ ଥିଲା ଓ ଏସବୁ ଚାଲିଗଲେ ବି ସାହିତ୍ୟ ବଞ୍ଚି ରହିବ।

ସେ ଆହୁରି କହିଲେ, ସାହିତ୍ୟ ଭାଷାର ସୀମା ସରହଦ୍ ଅତିକ୍ରମ କରି ପୃଥିବୀ ସାରା ଅନୁଦିତ ହୋଇ ବ୍ୟାପୀ ଯାଇପାରେ। ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜାଙ୍କ ସ୍ବାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ମନସ୍ବିନୀ ସାହୁ ନିଜ ବକ୍ତବ୍ୟରେ କବିତା ଭାବ ପ୍ରକାଶର ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ଭାଷାବିତ୍‌ ଡ. ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁସ୍ତକର ସମୀକ୍ଷା ମଧ୍ୟ କରାଯାଇଥିଲା। ପୁସ୍ତକରୁ କେତୋଟି କବିତା ପାଠ କରିଥିଲେ କବୀ ତନ୍ଦ୍ରାଳସା ଦାସ। ଶେଷରେ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର