ଶିକ୍ଷା ସହ କ୍ରୀଡ଼ାକୁ ଗୁରୁତ୍ୱ ଦେବା ଜରୁରି: ପୂର୍ବତନ କ୍ରିକେଟର୍‌ ଅରୁଣ ଲାଲ

ସୋଆ କପ୍ ଉଦ୍‌ଯାପିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ପାଠପଢ଼ା ସହ କ୍ରୀଡ଼ାରେ ମଧ୍ୟ ମନୋନିବେଶ କରିବା ଜରୁରି। ପାଠ ସହ କ୍ରୀଡ଼ା ସମାନ୍ତରାଳ ଭାବେ ନ ରହିଲେ, ଛାତ୍ରଛାତ୍ରୀଙ୍କୁ ଅର୍ଦ୍ଧଶିକ୍ଷିତ କୁହାଯିବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା କମେଣ୍ଟେଟର୍ ଅରୁଣ ଲାଲ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବାର୍ଷିକ କ୍ରୀଡ଼ା ଉତ୍ସବ ‘ସୋଆ କପ୍‌’ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ ସାହୁ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର୍ ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ସ୍ପୋର୍ଟ୍ସ ଅଫିସର୍‌ ସୁନିତା ବର୍ମା ବାର୍ଷିକ କ୍ରୀଡ଼ା ବିବରଣୀ ପ୍ରଦାନ କରିଥିଲେ। ଶ୍ରୀ ଲାଲ କୃତୀ ପତିଯୋଗୀମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ସୋଆର ବିଭିନ୍ନ ଅନୁଷ୍ଠାନ ଏବଂ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୧୧ଟି କ୍ରୀଡ଼ାକୁ ନେଇ ପ୍ରତିଯୋଗିତା କରାଯାଇଥିଲା।

ସମ୍ବନ୍ଧିତ ଖବର