ତୃତୀୟ ଦେବପ୍ରସାଦ ଉତ୍ସବ

ଶ୍ୟାମାମଣୀ ଦେବୀ, ଧନେଶ୍ବର ସ୍ବାଇଁ ଓ ଗୋବିନ୍ଦ ଚନ୍ଦ୍ର ପାଲ୍‌ ପାଇଲେ ଦେବପ୍ରସାଦ ସମ୍ମାନ

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ୮୬ ତମ ଜୟନ୍ତୀ ଅବସରରେ ଗୁରୁଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍‌’ ପକ୍ଷରୁ ତୃତୀୟ ଦେବପ୍ରସାଦ ଉତ୍ସବ ଆଜି ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ହରିହର ମହାନ୍ତିଙ୍କ ଦ୍ବାରା ନିନ୍ଦତି ଚନ୍ଦନ(ଗୀତଗୋବିନ୍ଦ), ଗୁରୁଜୀଙ୍କ କନ୍ୟା ମୂର୍ଚ୍ଛନା ଦାସଙ୍କ ଦ୍ବାରା କଳାବତୀ ପଲ୍ଲବୀ, ଦେବାଶିଷ ପଟ୍ଟନାୟକଙ୍କ ଦ୍ବାରା କିରବାଣୀ ପଲ୍ଲବୀ ଓ ସିପ୍ରା ଯୋଶୀଙ୍କ କଥକରେ ରାଧାବନ୍ଦନା ବେଶ ମନମୁଗ୍ଧକର ଥିଲା। ଏହି ଅବସରରେ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ମର୍ଦ୍ଦଳ ଗୁରୁ ଧନେଶ୍ବର ସ୍ବାଇଁ ଓ ଓଡ଼ିଶୀ ନୃତ୍ୟଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ୍‌ଙ୍କୁ ‘ଦେବପ୍ରସାଦ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଓଡ଼ିଶୀ ନୃତ୍ୟଶିଳ୍ପୀ ଦେବାଶିଷ ପଟ୍ଟନାୟକ ଓ କଥକ ନୃତ୍ୟଶିଳ୍ପୀ ସିପ୍ରା ଯୋଶୀଙ୍କୁ ‘ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଆଜିର ସଂଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପୂବର୍ତନ ସାଂସଦ ଅର୍ଚ୍ଚନା ନାୟକ ଓ ସମାଜସେବୀ ନମ୍ରତା ଚଢ଼ା ପ୍ରମୁଖ ‌‌ଯୋଗ ଦେଇଥିଲେ। ଉତ୍ସବକୁ ଫାଉଣ୍ଡେସନର ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ସଂପାଦିକା ବିପଞ୍ଚି ଦାସ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର