ଦୋକାନୀ ବାକି ଟଙ୍କା ମାଗିବାରୁ ଖଣ୍ଡା ବୁଲାଇ ଧରାପଡ଼ିଲେ ୩

ଭୁବନେଶ୍ବର : ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆ ଅଞ୍ଚଳରେ ପ୍ରାୟ ୧୦ ଜଣ ଯୁବକ ହାତରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ଜଣେ ଦୋକାନୀ ବାକି ଟଙ୍କ ମାଗି ସେମାନଙ୍କୁ ଅପମାନିତ କରିବାରୁ ସେମାନେ ଆକ୍ରମଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଥିଲେ। ଦୋକାନୀଙ୍କୁ ନପାଇ ସେମାନେ ଗାଳିମନ୍ଦ କରିବା ସହ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ତେବେ ଠିକ୍‌ ସମୟରେ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ୩ ଜଣକୁ କାବୁ କରିଛି। ସେମାନଙ୍କଠାରୁ କିଛି ମାରଣାସ୍ତ୍ର ଜବତ କରାଯାଇଛି। ଅନ୍ୟମାନ‌େ ଫେରାର୍ ହୋଇଯାଇଛନ୍ତି।

ସୂଚନା ମୁତାବକ, ଗଣ୍ଡଗୋଳକାରୀ ଯୁବକମାନଙ୍କ ମଧ୍ୟରୁ କିଛି ସ୍ଥାନୀୟ ଜଣେ ଦୋକାନୀଙ୍କଠାରୁ ବାକିରେ ଜିନିଷ ନେଇଥିଲେ। ଆଜି ପୁଣି ଦୋକାନକୁ ଆସି ବାକିରେ ଜିନିଷ ମାଗିଥିଲେ। ମାତ୍ର ବାକି ଟଙ୍କା ନଦେଲେ, କିଛି ଜିନିଷ ଦେଇ ହେବ ନାହିଁ ଦୋକାନୀ ମନା କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ଯୁବକମାନେ ଅପମାନିତ ହୋଇ ଫେରିଯାଇଥିଲେ। ତେବେ କିଛି ସମୟ ପରେ ସେମାନେ ବିଭିନ୍ନ ହାତ ହତିଆରରେ ସଜ୍ଜିତ ହୋଇ ଦୋକାନୀଙ୍କୁ ଆକ୍ରମଣ କରିବାକୁ ଆସିଥିଲେ।

ସମ୍ବନ୍ଧିତ ଖବର