ବିଜେଡିର ସାଂଗଠନିକ ସ୍ତରରେ ନୂତନ ନିଯୁକ୍ତି

ଭୁବନେଶ୍ବର : ବିଜୁ ଜନତା ଦଳ ଆଜି ଭରଦ୍ବାଜ ମିଶ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତି ପରେ ବିେଜଡିରେ ମୁଖପାତ୍ରଙ୍କ ସଂଖ୍ୟା୧୯ଛୁଇଁଛି। ସୋମବାର ଦଳର ସଂଖ୍ୟାଲଘୁ ସେଲରେ ନୂତନ କର୍ମକର୍ତ୍ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ବିଜୁ ଜନତା ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ସଂଖ୍ୟାଲଘୁ ସେଲର ରାଜ୍ୟ ଉପ-ସଭାପତି ଭାବେ ସେଖ୍ ମୁସ୍ତଫା, ଏମ.ଡି ଖୁଦରତ୍, ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଅହମ୍ମଦ ଅଲ୍ଲୀ, ରାଜ୍ୟ ସମ୍ପାଦକ ଭାବେ ସୋଏବ ଆଲାମ, ରାମ ନାଏକ, ଏସ.କେ ଅବଦୁଲ୍ଲା, ଏମ.ଡି ଫୈଜୁଲ୍ଲା ଖାଁଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସଂଖ୍ୟାଲଘୁ ସେଲ କନ୍ଧମାଳ ଜିଲ୍ଲା ସଭାପତି ଭାବେ ଜୟାନନ୍ଦ ନାଏକ ଏବଂ ବୌଦ୍ଧା ଜିଲ୍ଲା ସଭାପତି ଭାବେ ଅମଜାଦ୍ ଖାଁଙ୍କୁ ମନୋନୀତ କରାଯାଇଛି । ସେହିପରି ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ସଭାପତି ଭାବେ ନରେନ୍ଦ୍ର କୁମାର ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ଭାବେ ଅଜୟ କୁମାର ସାହୁଙ୍କ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର