ଏଥର ବୟୋବୃଦ୍ଧ ନେତାମାନଙ୍କୁ ପୁଣି ଥରେ ଟିକେଟ୍‌ ଦେଇପାରେ ଭାଜପା !

ନୂଆଦିଲ୍ଲୀ:ଆଗାମୀ ଲୋକସଭା ନିର୍ବାଚନରେ ଚାଲେଂଜ୍‌କୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ଏହାର ବୟୋବୃଦ୍ଧ ନେତାମାନଙ୍କୁ ପୁଣି ଥରେ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଭାଜପାର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଦଳ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୁରଲୀ ମନୋହର ଯୋଶୀଙ୍କ ଭଳି ୭୫ ବର୍ଷ ବୟସରୁ ଅଧିକ ବୟସର ନେତାଙ୍କୁ ଏଥର ପ୍ରାର୍ଥୀ କରିବାର ମନ ବଳାଇଛି। ଯଦି ଏମାନେ ପ୍ରାର୍ଥୀ ହେବାକୁ ଅରାଜି ହୁଅନ୍ତି,ତେବେ ସେ ସଂପର୍କରେ ବିଚାର କରାଯିବ।

୨୦୧୪ ଭଳି ୨୦୧୯ ଲୋକସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି ପାଇଁ ସହଜସାଧ୍ୟ ହେବ ନାହିଁ। ଏହି କାରଣରୁ ୭୫ ବର୍ଷ ବୟସରୁ ଅଧିକ ହୋଇ ଥିବା ନେତାଙ୍କୁ ଟିକେଟ୍‌ ନ ଦେବାର ଯେଉଁ ନୀତି ନେଇଥିଲା ଭାଜପା,ସେଥିରେ ପରିବର୍ତ୍ତନ କରିଛି। ଏହାଫଳରେ ଶାନ୍ତା କୁମାର,ସୁମିତ୍ରା ମହାଜନ,କାରିୟା ମୁଣ୍ଡା,କଲରାଜ ମିଶ୍ର,ହୁକୁମ ଦେବ ନାରାୟଣ ଯାଦବଙ୍କ ଭଳି ନେତା ବି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର