ଦେଶକୁ ତାଙ୍କର ଆବଶ୍ୟକତା ରହିଛି ବୋଲି କହି ସବୁ ସମ୍ପତ୍ତି ରାହୁଲଙ୍କ ନାଁରେ କଲେ ବୃଦ୍ଧା

ନୂଆଦିଲ୍ଲୀ: ରାହୁଲଙ୍କ ନାଁରେ ସବୁ ସମ୍ପତ୍ତି କଲେ ବୃଦ୍ଧା। ଉତ୍ତରାଖଣ୍ଡର ଜଣେ ବୃଦ୍ଧା ନିଜର ସମସ୍ତ ସମ୍ପତ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଥିବା ଜଣାପଡ଼ିଛି। ଡେରାଡୁନର ଜଣେ ୭୮ବର୍ଷୀୟା ବୃଦ୍ଧା ନିଜର ୫୦ ଲକ୍ଷ ମୂଲ୍ୟର ସମ୍ପତ୍ତି ଏବଂ ୧୦ଭରି ସୁନା ରାହୁଲଙ୍କ ନାଁରେ କରିଥିବା ଜଣାପଡ଼ିଛି। ବୃଦ୍ଧାଙ୍କ ନାଁ ପୁଷ୍ପା ମୁନଜିୟାଲା ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ଏଭଳି ପଦକ୍ଷେପ ପଛରେ ବଡ଼ କାରଣ ଥିବା ସେ କହିଛନ୍ତି।

पुष्पा मुन्जियाल ने राहुल गांधी के नाम की सारी संपत्ति
aajtak

ପୁଷ୍ପା କହିଛନ୍ତି ଯେ, ସେ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ଦ୍ୱାରା ବହୁତ ପ୍ରଭାବିତ। ତେଣୁ ସେ ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସମ୍ପତ୍ତି କରୁଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ମାଲିକ ଆଖ୍ୟା ଦେଇ ଡେରାଡୁନ୍ କୋର୍ଟରେ ସମ୍ପତ୍ତିର ଏକ ଇଚ୍ଛାପତ୍ର ଦାଖଲ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ମହାନଗର ନିଗମ ସଭାପତି ଲାଲଚାନ୍ଦ ଶର୍ମା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାଁରେ ସେ କରିଥିବା ତାଙ୍କ ସମ୍ପତ୍ତିର ଇଚ୍ଛାପତ୍ର ପୁଷ୍ପା ନିଜ ବାସଭବନରେ ପୂର୍ବତନ ରାଜ୍ୟ ସଭାପତି ପ୍ରୀତମ ସିଂଙ୍କୁ ଦେଇଛନ୍ତି।

ଇଚ୍ଛାପତ୍ର ଦେଇ ପୁଷ୍ପା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପରିବାର ଦେଶ ସ୍ବାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶ ପାଇଁ ଅନେକ ବଳିଦାନ ଦେଇଆସୁଛନ୍ତି। ସେ ଇନ୍ଦିରା ଗାନ୍ଧୀ ହୁଅନ୍ତୁ ବା ରାଜୀବ ଗାନ୍ଧୀ। ଏହି ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ରାହୁଲଙ୍କ ମଧ୍ୟରେ ବି ‌ସେହି ସବୁ ଗୁଣ ଦେଖି ପୁଷ୍ପା ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର