କେବେ ହେଲେ ହୁଏ ନାହିଁ ଚୋରି, ବିନା ଦୋକାନୀରେ ଚାଲେ ଖିର ବିକା! ଲୋକ ନିଜେ ଖିର ନେଇ, ଟଙ୍କା ‌ଥୋଇ ପଳାନ୍ତି

ବେଙ୍ଗାଲୁର: କର୍ଣ୍ଣାଟକର ଜଣେ ଗୃହିଣୀ ଜୈବ ଚାଷ କରି ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଚର୍ଚ୍ଚା ପାଲଟିଛନ୍ତି। କର୍ଣ୍ଣାଟକର ହସନସ୍ଥିତି ଏହି ମହିଳା ଚାଷୀଙ୍କୁ ତାଙ୍କ କୃଷି କାର୍ଯ୍ୟ ପାଇଁ ପରୁସ୍କୃତ ମଧ୍ୟ କରାଯାଇଛି। ମହିଳାଙ୍କ ନାମ ହେମା ଅନନ୍ତ।

ଗତ ୧୦ ବର୍ଷ ହେବ ହେମା ଗୋଟାଏ ରୁଟିନ୍‌ରେ ବାନ୍ଧି ହୋଇ ରହିଛନ୍ତି। ସେ ସକାଳୁ ତାଙ୍କ ସ୍ୱାମୀ ଶୋଇଥିବା ଅବସ୍ଥାରେ କର୍ଣ୍ଣାଟକର ହାସନ ଜିଲ୍ଲା ନିକଟସ୍ଥ ଗୋରିପୁରା ଗ୍ରାମରେ ଥିବା ନିଜ ଚାଷ କ୍ଷେତ୍ରରେ ପହଞ୍ଚିବା ପାଇଁ ୧୧ କିଲୋମିଟର ଯାତ୍ରା କରନ୍ତି।

ସେଠାରେ ଥିବା ତାଙ୍କର ସହଯୋଗୀ କୃଷି ଶ୍ରମିକମାନଙ୍କୁ କାର୍ଯ୍ୟରେ ସହାଯ୍ୟ କରନ୍ତି। ୨୦ଟି ପାଳିତ ଗାଈଙ୍କ ପାଖରୁ ସେ ପ୍ରାୟ ୫୦ ଲିଟର ଖିର ଦୁଅନ୍ତି। ସେଠାରୁ ମିଳୁଥିବା ଖିରକୁ ନେଇ ସେ ଘରକୁ ଫେରି ଗ୍ରାହକମାନଙ୍କୁ ବିକ୍ରି ଉଦ୍ଦେଶ୍ୟରେ ରଖିଥାନ୍ତି।

www.thebetterindia.com

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଖିର ବିକ୍ରି କରିବାକୁ କୌଣସି ଦୋକାନୀ ରଖି ନାହାନ୍ତି କିମ୍ବା ସିସିଟିଭି କ୍ୟାମେରା ବି ଲଗେଇ ନାହାନ୍ତି। ଲୋକମାନେ ସେଠାରୁ ଖିର ନେଇ ନିଜେ ନିଜେ ଟଙ୍କା ରଖି ଦେଇ ଯାଆନ୍ତି। ଘଣ୍ଟାଏ ପରେ ହେମା ଯାଇ ସେ ଟଙ୍କାକୁ ନେଇ ଆସିଥାନ୍ତି।

ସକାଳ ଜଳଖିଆ ପରେ ହେମା ପୁଣି ବହାରି ଯାଆନ୍ତି ତାଙ୍କ ୩୦ ଏକର ଚାଷ ଜମିକୁ। ସେଠାରେ ସେ ଫଳ ଓ ପନିପରିବା ଚାଷ କରିଥାନ୍ତି। ସେ ସେଠାରୁ ଚାଷ କରି ଆଣୁଥିବା ଫସଲକୁ ସଂଧ୍ୟାରେ ତାଙ୍କ ଷ୍ଟଲ୍‌ରେ ବିକ୍ରି କରିଥାନ୍ତି।

ସମ୍ବନ୍ଧିତ ଖବର