୨୦୦୦ ଟଙ୍କିଆ ନୋଟ୍‌ ବଦଳରେ ହୋଇପାରିବେ ଲକ୍ଷପତି ! ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ଆପଣ ବ୍ୟବହାର କରୁଥିବା ପ୍ରତିଟି ଟଙ୍କାର କିଛି ନିର୍ଦ୍ଦିଷ୍ଟ ମୂଲ୍ୟ ଥାଏ, ଏହା ତ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଆପଣ ୨୦୦୦ ଟଙ୍କା ଦେଇ ତା ବଦଳରେ ୨ ଲକ୍ଷ ଟଙ୍କା ଉପାର୍ଜନ କରିପାରିବେ । ଆପଣ ଏ କଥାକୁ ବିଶ୍ୱାସ କରିବେ ? ବିଶ୍ୱାସ ନ କଲେ ବି ସତ। ଆପଣ ଚାହିଁଲେ ୨୦୦୦ ଟଙ୍କା ବଦଳରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଉପରେ ଫଟୋରେ ଦିଅାଯାଇଥିବା  e-bay ବିଜ୍ଞାପନରେ ଏହାର ପ୍ରମାଣ ଅାପଣ ପାଇପାରିବେ।

ଦୁନିଆରେ ଏପରି ଲୋକେ ଅଛନ୍ତି ଯେଉଁମାନେ ନିଜର ମନ ପସନ୍ଦ ନମ୍ବର ପାଇବା ପାଇଁ କିଛି ବି ମୂଲ୍ୟ ଦେବାକୁ ରାଜି ଥାଆନ୍ତି । କିଛି ଲୋକ ଟଙ୍କାରେ ଥିବା ନମ୍ବରକୁ ନିଜର ଲକି ନମ୍ବର ବୋଲି ଭାବନ୍ତି । କିଛି ଲୋକ ନିଜର ମନପସନ୍ଦର ନମ୍ବର ଥିବା ଟଙ୍କାକୁ ଖୋଜୁଥାଆନ୍ତି ।

ମୁସଲିମ୍‌ ସମ୍ପ୍ରଦାୟର ଲୋକେ ୭୮୬ ନମ୍ବରକୁ ନିଜର ପବିତ୍ର ନମ୍ବର ବୋଲି ମାନିଥାଆନ୍ତି । ଏପରି କି ଏହିପରି ନମ୍ବର ଥିବା ନୋଟକୁ ସେମାନେ ସାଇତିବା ଲାଗି ଖୋଜୁଥାଆନ୍ତି । ଯଦି ଆପଣଙ୍କ ପାଖରେ ଏହି ନମ୍ବର ଥିବା ନୋଟ୍‌ ଅଛି ତା’ହେଲେ ଆପଣ ବହୁତ କିଛି ରୋଜଗାର କରିପାରିବେ । ୭୮୬ ନମ୍ବର ଥିବା ନୋଟ ଅନ୍‌ଲାଇନରେ ବହୁଳ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।

ଇଣ୍ଟରନେଟରେ ଏମିତି ବହୁତ େଓ୍ଵବସାଇଟ ରହିଛିି ଯେଉଁଥିରେ ଆପଣ ଏହି ଟଙ୍କାକୁ ବିକ୍ରି କରିପାରିବେ । e-bay ଏବଂ olx ମଧ୍ୟମରେ ଆପଣ ଏହି ନୋଟ ସବୁକୁ ବିକ୍ରି କରିପାରିବେ । ଏହି ଖବରରେ କେତେ ସତ୍ୟତା ଅଛି ଏହା ଜାଣିବା ପାଇଁ ଆମେ ଏକ େଓ୍ଵବସାଇଟକୁ ଯାଇ ଖୋଜିଥିଲୁ ସେଠାରେ ୨ ଟଙ୍କାର ମୂଲ୍ୟ ୨ଲକ୍ଷ ଟଙ୍କା ଥିବା ଦେଖିବାକୁ ପାଇଥିଲୁ।

ଯଦି ଆପଣଙ୍କ ପାଖରେ ୭୮୬ ନମ୍ବର ଥିବା ନୋଟ କିମ୍ବା ପୁରୁଣା ୧ ଟଙ୍କିଆ ଓ ୨ଟଙ୍କିଆ ନୋଟ ଅଛି ତାହାକୁ ଆପଣ ଅଧିକ ମୂଲ୍ୟରେ ବିକି ପାରିବେ । ଏହି ନୋଟକୁ ବିକିବାକୁ ହେଲେ ଆପଣଙ୍କୁ ଅନଲାଇନ ସପିଙ୍ଗ୍‌ ସାଇଟକୁ ଯାଇ ଆକାଉଣ୍ଟ ଖୋଲି ନୋଟର ଫଟୋ ସହ ଏହାର ମୂଲ୍ୟ ଦେବାକୁ ପଡ଼ିବ । ଆପଣଙ୍କ ପାଖରେ ଥିବା ୧୦ ଟଙ୍କିଆ ନୋଟ ଆପଣଙ୍କୁ ଲକ୍ଷପତି କରିପାରିବ କିନ୍ତୁ ଏଥିପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର