ସଫଳତା ପାଇବା ପାଇଁ ସୁସ୍ଥ ଶରୀର କିମ୍ବା ଉତ୍ତମ ପରିବେଶ ଜରୁରୀ ନୁହେଁ, ଏହି ୫ ମହିଳା ତାହାର ଜ୍ବଳନ୍ତ ଉଦାହରଣ

ସଫଳତା ପାଇବା ପାଇଁ ଏକ ସୁସ୍ଥ ଶରୀର କିମ୍ବା ସୁସ୍ଥ ପରିବେଶ ଜରୁରୀ ନୁହେଁ, ତାହା ପୂର୍ବରୁ ଅନେକ ସଫଳ ବ୍ୟକ୍ତିତ୍ବ ପ୍ରମାଣ କରି ଦେଖାଇଛନ୍ତି। ଆମେ ଆପଣଙ୍କୁ ଏମିତି ୫ ଜଣ ମହିଳା ଆଇଏଏସ୍‌ ଅଧିକାରୀଙ୍କ ବିଷୟରେ କହିବୁ ଯିଏକି ସହଜରେ ପାଇଯାଇନାହାନ୍ତି ସଫଳତା।

ଶ୍ବେତା ଅଗ୍ରୱାଲ୍‌: ଶ୍ବେତା ଜଣେ କିରାଣୀଙ୍କ ଝିଅ। ସେ ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ପରୀକ୍ଷାରେ ୧୯ ନମ୍ବର ରାଙ୍କ୍‌ରେ ଥିଲେ। ସେ ପଶ୍ଚିମବଙ୍ଗର ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ନେଇଥିବା ବେଳେ ନିଜ ସ୍ବପ୍ନକୁ ଶାକାର କରିବାକୁ ବହୁ କଷ୍ଟ କରିଛନ୍ତି। ତାଙ୍କ ବାପାମାଆଙ୍କ ବ୍ୟତୀତ ଆଉ କେହି ତାଙ୍କୁ ସମର୍ଥନ ଦେଇନଥିଲେ। ତାଙ୍କ ଘରେ ଥିବା ସମୁଦାୟ ୧୫ ଜଣଙ୍କ ମଧ୍ୟରୁ ଗ୍ରାଜୁଏଟ୍‌ ହେବାରେ ଶ୍ବେତା ପ୍ରଥମ।

ପୋଭିତା ଶୁଭ୍ରମନ୍ୟନ୍‌: ଇଏ ହେଉଛନ୍ତି ଜଣେ କୃଷକଙ୍କ ଝିଅ। ସେ ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୭୫ ରାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ତାମିଲନାଡୁର ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ପୋଭିତା ମଧ୍ୟ ତ‌ାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍‌।

ସୁରଭୀ ଗୌତମ: ସେ ଇଂରାଜୀ ଭାଷାରେ ଖୁବ୍ ଦୁର୍ବଳ ଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୫୦ ରାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଥିଲେ।

ପ୍ରାଞ୍ଜଳ ପାଟିଲ୍‌: ସେ ଜଣେ ଦୃଷ୍ଟିହୀନ। ସେ ତାଙ୍କ ଦୃଢ଼ ଚେଷ୍ଟା ବଳରେ ୟୁପିଏସ୍‌ଇ ପରୀକ୍ଷାରେ ୭୭୩ ରାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅନୁ କୁମାରୀ: ଅନୁ କୁମାରୀ ପାଠ ପଢ଼ିବାକୁ ନିଜର ୪ ବର୍ଷର ପୁଅଠାରୁ ଦୂରେଇ ରହୁଥିଲେ। ସେ ଦ୍ବିତୀୟ ଥର ଚେଷ୍ଟାରେ ସିଏସ୍‌ଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର